Latest Odisha News

BREAKING NEWS

‘ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬’ ଅଭିଯାନରେ ସାମିଲ ହୋଇ ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬’ ଅଭିଯାନ ଆଜି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇ ରାଇକଳା ଗ୍ରାମସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ଉଦ୍ଦିଷ୍ଟ ପରିଗଣନା ଫର୍ମ ପୂରଣ କରିଛନ୍ତି ।

କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଵିଶାଲ ସିଂହଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ସମଗ୍ର ପ୍ରକ୍ରିୟାଟି ବେଶ୍ ସୁରୁଖୁରୁରେ ଶେଷ ହୋଇଛି । ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।

ଏଥିସହିତ ସଂଶୋଧନ ପ୍ରକ୍ରିୟା ସମୟରେ ଘରକୁ ଘର ବୁଲୁଥିବା ବିଏଲଓ (BLO) ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରଶାସନ ସମସ୍ତଙ୍କୁ ନିବେଦନ କରିଛି ।

ଭୋଟର ତାଲିକା ସଂଶୋଧନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ସକ୍ରିୟ ଭାଗିଦାରୀ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବ । ଏହା ଦ୍ୱାରା ନାଗରିକମାନେ ନିଜର ଭୋଟର ବିବରଣୀକୁ ସଠିକ୍ ଓ ଅପ୍‌ଡେଟ୍ ରଖିବା ପାଇଁ ଅଧିକ ସଚେତନ ଓ ଅନୁପ୍ରାଣିତ ହେବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.