Latest Odisha News

BREAKING NEWS

ଆଜି ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଆଜି ବଲାଙ୍ଗୀର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ଉଦଘାଟନ କରିବେ । ୨ ହଜାର ୭୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ । ଏହା ସହିତ ଆଜି ୩୦୫ କୋଟିର ଅନ୍ୟାନ୍ୟ ପ୍ରକଳ୍ପ ର ଉଦଘାଟନ ଓ ସହ ୨ ହଜାର ୨୨୦ କୋଟି ଟଙ୍କା ପ୍ରକଳ୍ପ ର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଆଜି ପୂର୍ବାହ୍ନ ୧୧ ଟା ୫୦ ରେ ସୁକତେଲ ପ୍ରକଳ୍ପ ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ଜିଲ୍ଲାର ସଦର ବ୍ଲକ ଅଧୀନ ମାଗୁରବେଡା ଠାରେ ନିର୍ମିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମ୍ମୁଖରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧୀତ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave A Reply

Your email address will not be published.