Latest Odisha News

BREAKING NEWS

ସିକେ ନାୟୁଡୁ ଟ୍ରଫି: ସୌରଭଙ୍କୁ ୭ ୱିକେଟ, ମଧ୍ୟପ୍ରଦେଶକୁ ହରାଇଲା ଓଡିଶା

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଅନୁଷ୍ଠିତ ସିକେ ନାୟୁଡୁ ଟ୍ରଫିର ଏକ ମୁକାବିଲାରେ ଓଡିଶା କ୍ରିକେଟ ଟିମ ୬ ୱିକେଟରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ଝାଡଖଣ୍ଡ ନିକଟରୁ ହାରିବା ପରେ ନକଆଉଟରେ ପ୍ରବେଶ ପାଇଁ ଓଡିଶାକୁ ଏହି ମ୍ୟାଚରେ ବିଜୟ ହାସଲ ଜରୁରୀ ଥିଲା । ବାମହାତୀ ସ୍ପିନର ସୌରଭ କନୌଜିଆଙ୍କ ୭ ୱିକେଟ ସଫଳତା ଓଡିଶାକୁ ସହଜ ବିଜୟ ପ୍ରଦାନ କରିଥିଲା ।

ମଧ୍ୟପ୍ରଦେଶର ପ୍ରଥମ ଇନିଂସ ସ୍କୋର ୩୩୧ ରନ ଜବାବରେ ଓଡିଶା ୪୦୦ ରନ କରିଥିଲା । ଦ୍ୱିତୀୟ ଇନିଂସରେ ମଧ୍ୟପ୍ରଦେଶ ୧୬୬ରନ କରି ଓଡିଶା ସମ୍ମୁଖରେ ୯୮ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଓଡିଶା ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଏମ.ପ୍ରଶାନ୍ତ ୪୯ ଓ କାର୍ତିକ ବିଶ୍ୱାଳ ୨୮ ରନ କରିଥିଲେ । ଏପ୍ରିଲ ୫ରୁ ଓଡିଶା ତାର ପରବର୍ତୀ ମୁକାବିଲାରେ ହାଇଦ୍ରାବାଦକୁ ଭେଟିବ ।

Leave A Reply

Your email address will not be published.