Latest Odisha News

ସିକେ ନାଇଡୁ ଟ୍ରଫି: ଆୟୋଜକଙ୍କ ମଧ୍ୟରେ ରହିଲା ଓସିଏ, ତ୍ରିଭେନ୍ଦ୍ରମରେ ଖେଳିବ ଓଡିଶା ଟିମ

ଭୁବନେଶ୍ୱର: ସିକେ ନାଇଡୁ କ୍ରିକେଟ ଟ୍ରଫି ଆୟୋଜକଙ୍କ ମଧ୍ୟରେ ଓସିଏ ସ୍ଥାନ ପାଇଛି । ନାଗାଲାଣ୍ଡ, ମିଜୋରମ, ମେଘାଳୟ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ଲେଟ ଗ୍ରୁପର ମୁକାବିଲା ମାର୍ଚ୍ଚ ୧୭ରୁ ଓଡିଶାର ୨ଟି ଭେନ୍ୟୁରେ ଖେଳାଯିବ । ଏହା ପୂର୍ବରୁ ଏଠାରେ ରଣଜୀ ଟ୍ରଫି ଏଲିଟ ଗ୍ରୁପ ମୁକାବିଲା ଖେଳା ଯାଇଥିଲା । ତେବେ ଓଡିଶାର ୨୫ ବର୍ଷରୁ କମ ଟିମ ତ୍ରିଭେନ୍ଦ୍ରମରେ ତାର ମ୍ୟାଚଗୁଡିକ ଖେଳିବ । ମଧ୍ୟପ୍ରଦେଶ, ହାଇଦ୍ରାବାଦ ଓ ଝାଡଖଣ୍ଡ ସହ ଓଡିଶା ଗ୍ରୁପ ସି’ରେ ସ୍ଥାନ ପାଇଛି । ମାର୍ଚ୍ଚ ୧୭ରେ ଓଡିଶା ଟିମ ତ୍ରିଭେନ୍ଦ୍ରମରେ ପଂହଚିବା ପରେ କୋଭିଡ ନିୟମ ଅନୁସାରେ ସେଠାରେ ୩ ଦିନ କ୍ୱାରେଂଟାଇନରେ ରହିବେ । ମାର୍ଚ୍ଚ ୨୨ରୁ ଓଡିଶା ତାର ପ୍ରଥମ ମ୍ୟାଚରେ ଝାଡଖଣ୍ଡକୁ ଭେଟିବ । ମାର୍ଚ୍ଚ ୨୯ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ସହ ଓ ଏପ୍ରିଲ ୫ରୁ ୮ ପର୍ଯ୍ୟନ୍ତ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ଖେଳିବ ।

ରଣଜୀ ଟ୍ରଫି ପରି ଏଥର ମଧ୍ୟ ଘରୋଇ ଫର୍ମାଟରେ କିଛିଟା ପରିବର୍ତନ କରାଯାଇଛି । ୯ ଗ୍ରୁପ(୮ ଏଲିଟ ଓ ୧ ପ୍ଲେଟ)ରେ ୩୭ ଟିମକୁ ଭାଗ କରାଯାଇଛି । ୯ଟି ଭେନ୍ୟୁରେ ଏହି ମ୍ୟାଚଗୁଡିକ ଖେଳାଯିବ ।

Comments are closed, but trackbacks and pingbacks are open.