Latest Odisha News

କ୍ଲାସ୍ ରୟାଲ୍ ପାର୍ଟନର୍ସ ପକ୍ଷରୁ ୨୭ ଦିନିଆ ଗେମିଂ ଟୁର୍ଣ୍ଣାମେଂଟ୍ ପାଇଁ ଜିଓ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର /ମୁମ୍ବାଇ: ଜିଓଗେମସ୍ ପକ୍ଷରୁ ଏକ ୨୭ ଦିନିଆ କ୍ଲାସ୍ ରୟାଲ୍ ଟୁର୍ଣ୍ଣାମେଂଟ୍ ଆୟୋଜନ କରାଯାଉଛି ଯେଉଁଥିରେ ବିଜେତାଙ୍କୁ \”ଭାରତର ଗେମିଂ ଚାମ୍ପିଆନ୍‌’ ମୁକୁଟ ପ୍ରଦାନ କରାଯିବ ।

କ୍ଲାସ୍ ରୟାଲ୍ ହେଉଛି ଏକ ଫ୍ରିମିୟମ୍‌, ବାସ୍ତବ-ସମୟର ଏକାଧିକ ଖେଳାଳୀ ସାମିଲ୍ ହେଉଥିବା ଏକ ରଣନୀତି ସମ୍ମିଳିତ ଭିଡିଓ ଗେମ୍‌, ଯେଉଁଥିରେ ରୟାଲ୍‌ମାନେ ତଥା ଆପଣଙ୍କ ପସନ୍ଦର କ୍ଲାସ୍ (ଲଢ଼େଇ) ଚରିତ୍ର ଏବଂ ଆହୁରି ଅନେକ କିଛି ରହିଛି । ଆପଣ ଜାଣିଥିବା ଓ ଭଲ ପାଉଥିବା କ୍ଲାସ୍ ଅଫ୍ କ୍ଲାନ୍ ଟ୍ରୁପସ୍‌, ସ୍ପେଲସ୍ ଓ ଡିଫେନ୍‌ସ ସହିତ ପ୍ରିନ୍‌ସେସ, ନାଇଟସ୍‌, ବେବି ଡ୍ରାଗନ୍ ଇତ୍ୟାଦି ରହିଥିବା ରୟାଲମାନଙ୍କ ସମ୍ବଳିତ ଡଜନରୁ ଅଧିକ କାର୍ଡ ସଂଗ୍ରହ ଏବଂ ଅପଗ୍ରେଡ କରନ୍ତୁ ।

ସୁପର୍‌ସେଲ୍ ସହଯୋଗିତାରେ ଜିଓଗେମସ୍ କ୍ଲାସ୍ ରୟାଲ୍ ଟୁର୍ଣ୍ଣାମେଂଟ୍ ହେଉଛି ଏକ ପ୍ରତିଯୋଗିତା, ଯେଉଁଥିରେ ନିଜର କୌଶଳକୁ ପରୀକ୍ଷା କରିବା ଏବଂ ନିଜ ମଧ୍ୟରେ ରହିଥିବା ରଣନୀତିିକ କୌଶଳକୁ କାର୍ଯ୍ୟରେ ଲଗାଇବା ଉପରେ ପର୍ଯ୍ୟବେସିତ । ଏହି ୨୭ ଦିନିଆ ଟୁର୍ଣ୍ଣାମେଂଟ୍ ନଭେମ୍ବର ୨୮ରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ସମୟ ଅବଧିରେ ଆୟୋଜନ କରାଯାଉଛି ଯାହା ବିଭିନ୍ନ ସ୍ତରର ଅଭିଜ୍ଞତା ଓ ବିଶେଷତା ସମ୍ପନ୍ନ ପ୍ରତିଯୋଗୀ ଯଥା ବିଗିନର୍ସ (ପ୍ରାରମ୍ଭିକ), ଆମେଚର୍ସ (ସୌକିନ) ଏବଂ ପ୍ରୋ-ଗେମର୍ ମାନଙ୍କୁ ପସନ୍ଦ ଆସିବ ।

ଟୁର୍ଣ୍ଣାମେଂଟ୍‌ର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବା ଲାଗି ଅଂଶଗ୍ରହଣକାରୀମାନଙ୍କୁ \”୧ ବନାମ ୧ ଗେମସ’ରେ ସର୍ବାଧିକ ସ୍କୋର କରିବାକୁ ପଡ଼ିବ ଯେଉଁଠାରେ ବିଜେତାମାନେ ଆକର୍ଷଣୀୟ ସାପ୍ତାହିକ ଉପହାର ସମେତ ବଡ଼ ନଗଦ ପୁରସ୍କାର ଜିତିପାରିବେ ।

ଏହି ଟୁର୍ଣ୍ଣାମେଂଟ୍‌ରେ ଭାଗ ନେବା ଲାଗି ଗେମର୍ସ ଓ ଗେମ୍ ଉତ୍ସାହୀମାନେ  https://play.jiogames.com/clashroyale ରେ ପଂଜୀକରଣ କରିପାରିବେ । ସେମି-ଫାଇନାଲ୍ ଓ ଫାଇନାଲ୍‌କୁ ଜିଓ ଟିଭିରେ ଷ୍ଟ୍ରିମ୍ କରାଯିବ ।

Leave A Reply

Your email address will not be published.