Latest Odisha News

BREAKING NEWS

ଦିଗପହଣ୍ଡିରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ଏହି ସମୟରେ ଆଜି ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଆଜି ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ କାଟିଛି ଦଳ । ତାଙ୍କ ବଦଳରେ ସାକା ସୁଜିତ କମାରଙ୍କୁ ନୂଆ ପ୍ରାର୍ଥୀ କରିଛି । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ହେଉଛି ଏକ ଗୁରୁତ୍ତ୍ବପୂର୍ଣ୍ଣ ସିଟ୍ । କଂଗ୍ରେସ ଗତ ୧୪ ତାରିଖ ଦିନ ଶ୍ରୀଧର ଦେବଙ୍କ ନାମ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ହେଲେ ଏବେ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ।

ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ପ୍ରାର୍ଥୀ ହୋଇଥିବାବେଳେ, ବିଜେପି ପୂର୍ବତନ ‌ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ଏହି ଦୁଇ ନେତାଙ୍କୁ କଡା ଟକ୍କର ଦେବାକୁ କଂଗ୍ରେସ ଏବେ ସାକା ସୁଜିତ୍ କୁମାରଙ୍କୁ ମୈଦାନକୁ ଓହ୍ଲାଇଛି ।

Leave A Reply

Your email address will not be published.