Latest Odisha News

BREAKING NEWS

ଭୟ: କଂଗ୍ରେସ ୬୫ ବିଧାୟକଙ୍କୁ ଗୁଜୁରାଟ, ରାଜସ୍ଥାନର ବିଭିନ୍ନ ହୋଟେଲ, ରିସର୍ଟରେ ଲୁଚାଇ ରଖିଛି

ଗାନ୍ଧିନଗର : ଗୁଜରାଟ ରାଜ୍ୟସଭାରେ ଘୋଡା ବ୍ୟାପାର ଆରମ୍ଭ ହୋଇଯାଇଛି । କଂଗ୍ରେସର ୩ ବିଧାୟକ ଇସ୍ତଫା ଦେବା ପରେ ଦଳ ଏବେ ବାକି ତକ ବିଧାୟକଙ୍କୁ ଲୁଚାଇ ରଖିଛି । ଆଉ କିଛି ବିଧାୟକ ଇସ୍ତଫା ଦେବାର ଆଶଙ୍କା ଥିବାରୁ କଂଗ୍ରେସ ନିଜର ୬୫ ଜଣ ବିଧାୟକଙ୍କ ରାଜକୋଟର ନିଲ ସିଟି ରିସର୍ଟ, ରାଜସ୍ଥାନର ୱାଇଲଡ ୱାଇଣ୍ଡସ ରିସର୍ଟ ଓ ବରୋଦରାର ଆରିଜ ରିଭରସାଇଡ ଫାର୍ମହାଉସ ରିସର୍ଟରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି ।

 ଆସନ୍ତା ୧୯ ତାରିଖରେ ଗୁଜୁରାଟର ୪ଟି ଆସନ ପାଇଂ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବାରୁ କଂଗ୍ରେସର ୮ ବିଧାୟକ ଇସ୍ତଫା ଦେଇସାରିଛନ୍ତି । ଏହି ୮ ଜଣଙ୍କ ମଧ୍ୟରୁ ୫ ଜଣ ମାର୍ଚ୍ଚମାସରେ ଓ ନିକଟରେ ୩ ଜଣ ଇସ୍ତଫା ଦେଇଛନ୍ତି । ଆଉ ୨ ବିଧାୟକ ଇସ୍ତଫା ଦେଇପାରନ୍ତି ବୋଲି ଦଳ ଆଶଙ୍କା କରୁଛି । ବିଜେପି ଘୋଡ଼ାବେପାର କରୁଛି ବୋଲି କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.