Latest Odisha News

BREAKING NEWS

ଲକଡାଉନ୍ ଅବଧି ବୃଦ୍ଧି କଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ତାମିଲନାଡୁରେ ବଢ଼ିଲା ଲକଡାଉନ୍ ଅବଧି । ଦେଶର ୭ମ ରାଜ୍ୟ ଭାବେ ତାମିଲନାଡୁ ତାର ଲକଡାଉନ ଅବଧିକୁ ୩୦ ଯାଏଁ ବୃଦ୍ଧି କରିଛି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, କରୋନା ମୁକାବିଲା ପାଇଁ ଲକଡାଉନକୁ ବୃଦ୍ଧି କରାଯାଇଛି। ଏହା ଏପ୍ରିଲ ୩୦ ଯାଏ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି ପାଳନ ହେବ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ତେଣୁ ଲୋକମାନଙ୍କୁ ଏଥିରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।
ତାମିଲନାଡୁ ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ପଞ୍ଜାବ ସରକାର ଲକଡାଉନର ଅବଧିକୁ ବଢାଇଥିଲେ । ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସରକାର ଏପ୍ରିଲ ୩୦ପର୍ୟ୍ୟନ୍ତ ଲକଡାଉନ ଅବଧି ବଢ଼ାଇଥିବା ବେଳେ ପଞ୍ଜାବ ସରକାର ମେ ୧ପର୍ୟ୍ୟନ୍ତ ଲକଡାଉନ ଲକଡାଉନ ଅବଧି ବଢ଼ାଇ ଥିଲେ ।

Leave A Reply

Your email address will not be published.