Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବ୍ରହ୍ମପୁରର ‘କୋଟିପତି’ ଡିଏଫଓ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଫସିଲେ ପୁଣି ଜଣେ ସରକାରୀ ବାବୁ । ବାବୁ ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ଡିଏଫଓ ଆଶିଷ କୁମାର ବେହେରା । ଘର ଓ ସମ୍ପତ୍ତି ଉପରେ ଚଢ଼ାଉ କରି ଲଗାଦର ଦୁଇ ଦିନ ଧରି ଛାନଭିନ କରିବା ପରେ ରବିବାର ଦିନ ଡିଏଫଓଙ୍କୁ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି ।

କଟକସ୍ଥିତ ଆଣ୍ଟି କରପସନ ୱିଙ୍ଗ ଭିଜିଲାନ୍ସ ସେଲ ଏକ କାଳୀନ ତାଙ୍କ ବ୍ରହ୍ମପୁର ସ୍ଥିତ ବାସ ଭବନ, କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସହ ୯ଟି ସ୍ଥାନରେ ଚଢ଼ାଉ କରିଥିଲେ । ଆଶିଷଙ୍କ ସହ ଜଡ଼ିତ ସମସ୍ତ ଜରୁରୀ କାଗଜପତ୍ର, ଜମି ପଟ୍ଟା ଓ ବ୍ୟାଙ୍କ କାଗଜପତ୍ରକୁ ମଧ୍ୟ ଅଧିକାରୀ ମାନେ ତନତନ କରି ପରଖି ଥିଲେ ।

ସୂଚନା ଅନୁସାରେ ଭିଜିଲାନ୍ସ ପତ୍ତା ଲଗାଇଥିବା ଡିଏଫଓଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୧୯ ଟଙ୍କା ।

ଏହି ଚଢ଼ାଉରେ ଡିଏଫଓଙ୍କର ଭୁବନେଶ୍ୱର ସ୍ଥିତି ଗୋଟିଏ ଫ୍ଲାଟ, ଭୁବନେଶ୍ୱର, ବ୍ରହ୍ମପୁର ଓ ଭଞ୍ଜନଗରରେ ଥିବା ୪ଟି ଫ୍ଲାଟ, ବ୍ୟାଙ୍କ, ପୋଷ୍ଟ ଅଫିସ ଜମା, ଇଂସୁରାନ୍ସ ପଲିସି ଏବଂ ୬ଲକ୍ଷ୮୦ହଜାର ଟଙ୍କା ମୂଲ୍ୟର ସୁନା ଥୁବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.