Latest Odisha News

BREAKING NEWS

ରାଉରକେଲାରେ ଟିକାକରଣ, ୧୮+ ବର୍ଗରେ ୩୮୦୦ ବ୍ୟକ୍ତି ନେଲେ ପ୍ରଥମ ଡୋଜ

ରାଉରକେଲା: ରାଉରକେଲା ସହରର ୮ଟି କେନ୍ଦ୍ରରେ ଆଜି ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେଇଛନ୍ତି।

ସୂଚନା ଅନୁସାରେ ନିର୍ଦ୍ଧାରିତ ସମୟ ସକାଳ ୮ଟାରୁ ଦିନ ୧୨ଟା ଭିତରେ କୋଭିଡ୍ ନିୟମ ପାଳନ କରି ମୋଟ ୩୮୦୦ ଲୋକ ଟିକା ନେଇଛନ୍ତି। ସବୁ କେନ୍ଦ୍ରରେ ଟିକାଦାନ କାର‌୍ୟ୍ୟକ୍ରମକୁ ସଫଳ କରିବା ଲାଗି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା।

ତେବେ ଏହି ଟିକାକରଣ ଲାଗି ମୋଟ ୩୫ ଜଣ ସ୍ୱାସ୍ଥ୍ୟ କର୍ମଚାରୀ, ୧୬ ଜଣ ଡାଟା ଏଣ୍ଟ୍ରି ଅପରେଟର, ୨୫ ଜଣ ସ୍ୱେଛାସେବୀ ନିୟୋଜିତ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.