Latest Odisha News

ବିଲ ମଝିରୁ ନିଖୋଜ ଯୁବକଙ୍କ ମୁଣ୍ଡ ଓ ଗଣ୍ଡି ଉଦ୍ଧାର, ହତ୍ୟା ଅଭିଯୋଗ

ଭଦ୍ରକ: ବିଲ ମଝିରୁ ମିଳିଲା ନିଖୋଜ ଯୁବକଙ୍କ ଗଳିତ ମୃତଦେହ । ବୁଦା ମୂଳରୁ ମୁଣ୍ଡ ନଥିବା ଶରୀର ଉଦ୍ଧାର ହୋଇଥିବା ବେଳେ ୨୦୦ ମିଟର ଦୂରରେ ପଡ଼ିଥିଲା ମୁଣ୍ଡ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଉଚ୍ଚପଦା ଓ କାକୁଡିଗଡ଼ିଆ ରାସ୍ତା ପାଖରେ ଥିବା ଏକ ବିଲ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଉଚ୍ଚପଦା ଗାଁର ଜିତେନ୍ଦ୍ର ସେନ । ଗତ ୬ ତାରିଖରୁ ସେ ନିଖୋଜ ଥିଲେ ।

ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ଏନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତଦେହକୁ ଚିହ୍ନିବା ସମ୍ଭବ ହେଉ ନଥିଲା । ମୃତଦେହ ନିକଟରେ ଥିବା ମୋବାଇଲ ଓ ସେ ପିନ୍ଧିଥିବା ପୋଷାକରୁ ଏହା ଜିତେନ୍ଦ୍ରଙ୍କ ମୃତଦେହ ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି ।
ଦୁର୍ବୃତ୍ତ ହତ୍ୟା କରିବା ପରେ ମୃତଦେହକୁ ବିଲ ମଝିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଧୁଷୁରୀ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ତେବେ କିଏ ଓ କଣ ପାଇଁ ଜିତେନ୍ଦ୍ରଙ୍କୁ ହତ୍ୟା କଲା ଅସ୍ପଷ୍ଟ ରହିଛି । କେତେକ ନିଶାଖୋର ବ୍ୟକ୍ତି ଏହି ହତ୍ୟା କରିଥାଇ ପାରନ୍ତି ବୋଲି ଜିତେନ୍ଦ୍ରଙ୍କ ଭାଇ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.