Latest Odisha News

BREAKING NEWS

ଟିକେଟ ନ’ମିଳିବାରୁ ଅନ୍ୟ ଦଳରେ ଯୋଗଦେବାକୁ କହିଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର: ଦଳୀୟ ଟିକଟ ନ’ମିଳିବାରୁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କନ୍ଧମାଳର ବିଜେଡ଼ି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ଗଣମାଧ୍ୟମକୁ ସୂଚନାଦେଇ ପ୍ରତ୍ୟୁଷା ମଙ୍ଗଳବାର ଦିନ କହିଛନ୍ତି, ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିବେ ବା ଅନ୍ୟ ଦଳରେ ଯୋଗଦାନ କରିବେ ।

ଟେଲିଫୋନ ମାଧ୍ୟମରେ ଗଣମାଧ୍ୟମକୁ ସୂଚନାଦେଇ ପ୍ରତ୍ୟୁଷା କହିଛନ୍ତି, ସେ ଇତିମଧ୍ୟରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କୁ ନୟାଗଡ଼ ବିଧାନସଭା ଆସନରୁ ଟିକେଟ ଦେବାକୁ ଅନୁରୋଧ କରିଛନ୍ତି । “ନୟାଗଡ଼ ଜନସାଧାରଣଙ୍କ ଲାଗି ସେବା କରିବା ମୋର ଲକ୍ଷ୍ୟ, ଏବଂ ଏବେ ପ୍ରକୃଷ୍ଟ ସମୟ ଆସି ପହଞ୍ଚିଛି । ଦଳୀୟ ସଭାପତିଙ୍କୁ ଭେଟି ମୋ ଇଚ୍ଛା ସମ୍ପର୍କରେ ଅବଗତ କରିଛି । ଯଦି ଦଳୀୟ ଟିକେଟରୁ ମୋତେ ନୟାଗଡ଼ ବିଧାନସଭା ଆସରୁ ଲଢିବାକୁ ସୁଯୋଗ ଦିଆନ’ଯାଏ ତେବେ ମୁଁ ଅନ୍ୟ ଦଳରେ ଯୋଗଦେବା କଥା ଚିନ୍ତା କରିବି ନଚେତ୍ ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିବି ।

ଦଳର ସଭାପତି ନବୀନ ପଟ୍ଟନାୟକ କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତ ସାମନ୍ତ ନିର୍ବାଚନ ଲଢିବେ ବୋଲି ବୋଲି ଘୋଷଣା କରିଛନ୍ତି ।

ନୟାଗଡ଼ରୁ ତିନି ତିନିଥର ନିର୍ବାଚନ ଜିତିଥିବା ଅରୁଣ ସାହୁ ୨୦୧୯ ରେ ମଧ୍ୟ ତାଙ୍କ ଦୂର୍ଗ ରକ୍ଷା କରିବାକୁ ସାଧ୍ୟମତେ ଚେଷ୍ଟା ଚଳାଇଛନ୍ତି ।

ତେବେ ରାଜା ହେମେନ୍ଦ୍ର ସିଂହଙ୍କ ଉତ୍ତରାଧିକାରୀ ଭାବେ ନିଜକୁ ପ୍ରମାଣିତ କରିବାକୁ ନୟାଗଡ଼ ବିଧାନସଭା ଆସନ ଉପରେ ଆଖି ପକାଇଛନ୍ତି ।

Leave A Reply

Your email address will not be published.