Latest Odisha News

BREAKING NEWS

ସର୍ଭେ କହୁଛି ଏଥର ବିଜେଡ଼ି ୨୧ଟିରୁ ୧୮ଟି ଲୋକସଭା ଆସନ ଅକ୍ତିଆର କରିବ

ଭୁବନେଶ୍ୱର: ବିଜେଡ଼ିକୁ ଏଥର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟି ଆସନ ମିଳିପାରିବ ବୋଲି ‘ଦ କ୍ୱିଣ୍ଟ୍’ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟ ପ୍ରକାଶିତ ହୋଇଛି ।

ଏହି ସର୍ଭେ ଅନୁସାରେ ବିଜେପି ଅପେକ୍ଷା ୨୫ % ଅଧିକ ଭୋଟ ହାସଲ କରିବା ସହିତ ରାଜ୍ୟର ୫୦ ପ୍ରତିଶତ ଭୋଟ ଅକ୍ତିଆର କରିବା କରିପାରିବ । ଆହୁରି ମଧ୍ୟ ଏହି ସର୍ଭେ ମୁତାବକ ବିଜେଡ଼ି ଜଗତସିଂହପୁର, ବ୍ରହ୍ମପୁର, କଟକ ଏବଂ କଳାହାଣ୍ଡିରେ ପ୍ରଚୁର ଜନମତ ହାସଲ କରିପାରିବ ।

ଓଡ଼ିଶାରେ ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ହାୱାକୁ ପ୍ରତିହତ କରି ବିଜେଡ଼ି ୨୧ଟି ଲୋକସଭା ଆସନ ମଧ୍ୟରୁ ଏକାକୀ ୨୦ ଆସନ ଅକ୍ତିଆର କରିପାରିଥିଲା । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟ ଅତୀତରେ ବହୁବାର ଓଡ଼ିଶା ଗସ୍ତ କରିଥିବା ସକାଳେ ବିଜେପି ସେହିସବୁ ସ୍ଥାନ ଗୁଡ଼ିକରେ ଅଧିକ ମାତ୍ରାରେ ବିଜୟ ହାସଲ କରିପାରିବ । ତେବେ ନରେନ୍ଦ୍ର ମୋଦୀ ଓଡ଼ିଶାର କୌଣସି ଲୋକସଭା ଆସନରୁ ଲଢିପାରିନ୍ତି ବୋଲି କଳ୍ପନାଜଳ୍ପନା ଏଯାଏଁ ଚାଲିଛି ।

ବିଜେପିର ରାଜ୍ୟରେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ସହିତ ବୁଥୱାରି କର୍ମୀମାନଙ୍କୁ ଉତ୍ସାହିତ କରାଯାଉଥିଲେ ମଧ୍ୟ ନବୀନ ଏହି ନିର୍ବାଚନ ବୈତରଣୀକୁ ସହଜରେ ପାରି ହୋଇଯିବେ ବୋଲି ସୂଚନା ମଧ୍ୟ ଦେଇସାରିଛନ୍ତି । ସେ ଇତିମଧ୍ୟରେ ଦଳ ପକ୍ଷରୁ ୩୩ ପ୍ରତିଶତ ଆସନ ମହିଳାଙ୍କୁ ବଣ୍ଟନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ନବୀନ ଘୋଷଣା କରିଥିବା ୧ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଏବର ଅନେକ ବିଧାୟକ ଓ ସାଂସଦଙ୍କୁ ବଦଳାଇଛନ୍ତି, ଏହିଥିରୁ ଦଳର ସକାରାତ୍ମକ ଆତ୍ମବିଶ୍ୱାସ ବଳବତ୍ତର ରହିଥିବା ଅନୁମେୟ ହୋଇପାରୁଛି ।

ନବୀନ ସରକାରଙ୍କ କେଉଁ କେଉଁ ଦୋଷ ଦୂର୍ବଳତାକୁ ନେଇ ବିପକ୍ଷ ଦଳମାନେ ନିର୍ବାଚନରେ ଅବତୀର୍ଣ୍ଣ ହେବେ ତାହା ଏବେ ମଧ୍ୟ ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ଏହି ସର୍ଭେ ଫେବୃଆରୀ ମାସରେ ଅନୁଷ୍ଠିତ ହୋଇଥିବା ବେଳେ ୪ସ୍ତରୀୟ ମତଦାନରେ ହୁଏତ ଅଳ୍ପ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଉଦ୍ରେକ କରୁଛି ।

ନିକଟରେ ଦୁଇଜଣ ବିଜେଡ଼ି ନେତା ବୈଜୟନ୍ତ ପଣ୍ଡା ଏବଂ ସାଂସଦ ବଳଭଦ୍ର ମାଝୀ ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦାନ କରିବା ଦଳ ଲାଗି କିଛିମାତ୍ରାରେ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି ।

‘ଦ କ୍ୱିଣ୍ଟ୍’ ର ଏହି ସର୍ଭେ ଅନୁସାରେ ବିଜେଡ଼ି କେବଳ କେନ୍ଦୁଝର, ସମ୍ବଲପୁର ଏବଂ କୋରାପୁଟ ଆସନରେ ପଛୁଆ ରହିଛି । ତେବେ ବିଜେପି କେନ୍ଦୁଝର ଲୋକସଭା ଆସନରେ ଉନ୍ନତ ପ୍ରଦର୍ଶନ କରିବ । ସେହିଭଳି ସମ୍ବଲପୁରରେ ବିଜେପି ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି । କୋରାପୁଟ ଆସନରେ କଂଗ୍ରେସର ସ୍ଥିତି ବେଶ୍ ମଜବୁତ ଥିବାର ଏହି ସର୍ଭେରୁ ଜଣାପଡ଼ିଛି ।

Leave A Reply

Your email address will not be published.