Latest Odisha News

BREAKING NEWS

Bahuda Yatra in Puri:ବାହୁଡ଼ା ଯାତ୍ରା ସମୟରେ ଅଘଟଣ;ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ !

ପୁରୀ:ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ପବିତ୍ର ବାହୁଡ଼ା ଯାତ୍ରାରେ ଜଣେ ଭକ୍ତଙ୍କ ଅଣନିଃଶ୍ବାସରେ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସୂଚନାନୁସାରେ, ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିକଟରେ ଭକ୍ତ ଜଣଙ୍କ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଥିଲା, କିନ୍ତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ କଟକ ଜିଲାର ବୋଲି ଜଣାପଡ଼ିଥିବାବେଳେ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ତାଙ୍କର ନାମ ଅଭିରାମ ଦାସ ବୋଲି ଜଣାପଡ଼ିଛି।

ତେବେ ଏହି ଘଟଣାରେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଆସି ନାହିଁ ।

Comments are closed.