Latest Odisha News

BREAKING NEWS

୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଂଟ ଟ୍ରଫି: ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର: ଗୌହାଟୀରେ ୯ ଜାନୁୟାରୀ ୨୦୨୨ରେ ହେବାକୁ ଥିବା ୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହୋଇଛି ୨୦ ଜଣିଆ ଓଡ଼ିଶା ଟିମ୍ । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏ ନେଇ ସୂଚନା ଦେଇଛନ୍ତି । ଶ୍ରେୟାଂଶ ଭରଦ୍ବାଜଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିବା ବେଳେ, କରନ ମହାପାତ୍ର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ।

ଘୋଷଣା ହୋଇଥିବା ୨୦ ଜଣିଆ ଟିମରେ ଅଛନ୍ତି, ଶ୍ରେୟାଂଶ ଭରଦ୍ୱାଜ (ଅଧିନାୟକ), କରନ ମହାପାତ୍ର (ଉପ ଅଧିନାୟକ), ଆୟୂଶ ସୂତାର, ସୌରଭ କୁଣ୍ଡୁ, ଆକାଶ ମହାପାତ୍ର, ମୃତ୍ୟୁଞ୍ଜୟ ମହାପାତ୍ର, ଅଭିଷେକ ମହାନ୍ତି, ସାର୍ଥକ ସ୍ବୟମ ପ୍ରକାଶ, କ୍ରିସ ସିଂ, ରତି ରଞ୍ଜନ ବାରିକ, ପୀୟୂଷ ମନ୍ତ୍ରୀ, ପ୍ରତୀକ ସ୍ବାଇଁ, ସୁମିତ ମିଶ୍ର, ସାଇ ପ୍ରକାଶ ପଟ୍ଟନାୟକ, ଶ୍ରୀଜେଶ ପଟ୍ଟନାୟକ, କ୍ରିଷ୍ଣା ମହାନ୍ତି, ଦେବଜ୍ୟୋତି ପଟ୍ଟନାୟକ, ମହମ୍ମଦ ଫୈଜାନ, ପୀୟୂଷ ପାଣିଗ୍ରାହୀ, ଚିରଞ୍ଜିବୀ ବେହେରା ।

ଜାନୁଆରୀ ୯ ତାରିଖରେ ଓଡ଼ିଶା ତାର ପ୍ରଥମ ମ୍ୟାଚ ଆସାମ ବିପକ୍ଷରେ ଖେଳିବ । ଜାନୁଆରୀ ୧୨ ତାରିଖରେ ବେଙ୍ଗଲ, ୧୫ ତାରିଖରେ ଝାଡଖଣ୍ଡ ଏବଂ ଜାନୁଆରୀ ୨୧ ତାରିଖରେ ତ୍ରିପୁରା ବିପକ୍ଷରେ ମ୍ୟାଚ ଖେଳିବ ଓଡ଼ିଶା ।

Leave A Reply

Your email address will not be published.