Latest Odisha News

BREAKING NEWS

ତାଳଚେର କଙ୍କିଳୀ ଗାଁ ପଞ୍ଚାୟତ ଗସ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଗାଁର ଉନ୍ନତି ନେଇ କଲେ ଆଲୋଚନା

ତାଳଚେର :  ତାଳଚେର ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଳଚେର କଙ୍କିଳୀ ଗାଁରେ ୭୩ ତମ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ତିନି ଦିନ ଧରି ଆୟୋଜିତ ହୋଇଯାଇଛି  । ଏଠାରେ  ଦେବୀ ମାଆ ୩ ଦିନ ପୂଜା ପାଇଥାନ୍ତି । ପାଇକ ଭାଇ ମାନେ ନିଜ ନିଜର କଳା ଓ ସଂସ୍କୃତି କୁ ଅନୁଧ୍ୟାନ ଐତିହ୍ୟ ପରମ୍ପରାକୁ ବଜାୟ ରଖନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଗସ୍ତ କରି ମହୋତ୍ସବରେ ଯୋଗଦେଇଥିଲେ  ।

ବିଭିନ୍ନ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ  । ଏବଂ  କିପରି ପଞ୍ଚାୟତରେ ଅଧିକ  ଉନ୍ନତି ହେବ , ସେ ନେଇ ଆଲୋଚନା କରିଥିଲେ । ପାଇକ ଭାଈ ମାନେ ବିଶାଳ ପଦଯାତ୍ରା କରି ଶ୍ରୀ ପ୍ରଧାନଙ୍କୁ ପାଛୋଟି ଆଣିଥିଲେ । ଏହି ସମାଗମରେ ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ ।

Leave A Reply

Your email address will not be published.