Latest Odisha News

BREAKING NEWS

ସିଲ୍ ହେଲା ପୁରୀର ପଞ୍ଜାବୀ ମଠ

ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଥିବା ପଞ୍ଜାବୀ ମଠକୁ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ ସିଲ୍ କରିଛି ।

ମିଳିଥିବା ସୂଚନା ଅନୁସାରେ, ଏହି ମଠରେ ନିଶା କାରବାର ହେଉଥିବା ଦର୍ଶାଇ ପୋଲିସ ଏହାକୁ ସିଲ୍ କରିଛି। ଗତରାତିରେ ଏହି ମଠର ଏକ ପ୍ରକୋଷ୍ଠରୁ ବିପୁଳ ପରିମାଣରେ କରେକ୍ସ୍ ବୋତଲ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

ଗତରାତିରେ ସେଠାରେ ଅପରାଧିକ କାର୍ଯ୍ୟକଳାପ ବିଷୟରେ ଯୋଜନା କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିବା ପରେ ପୋଲିସ ଚଢ଼ାଉ କରିଥିବା ସୂତ୍ରରୁ ପ୍ରକାଶ ।

ସିଲ୍ ସମୟରେ ପୁରୀ ପୋଲିସ ସହ ମାଜିଷ୍ଟ୍ରେଟ୍ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.