Latest Odisha News

BREAKING NEWS

କୁକୁର କଲା ଜାତି ପ୍ରମାଣପତ୍ର ପାଇଁ ଆବେଦନ

କୁକୁରର ବି ଦରକାର ଜାତି ପ୍ରମାଣପତ୍ର । ଏଥିପାଇଁ ସେ ବିଭାଗୀୟ କାର୍ଯ୍ୟାଳୟରେ ଆବେଦନ କରିଛି । ଏମତି ଅଜବ ଘଟଣା ଘଟିଛି ବିହାରର ଗୟା ଅଞ୍ଚଳରେ ।

ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ଏହି କୁକୁର ନାଁ ହେଉଛି ଟମି । ବିହାରରେ ଗତ ଜାନୁୟାରୀ ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଜାତି ଭିତ୍ତିକ ଜନଗଣନା ଆରମ୍ଭ କରାଯାଇଥିଲା । ଅନେକ ଲୋକ ନିଜର ଜାତି ପ୍ରମାଣପତ୍ର ପାଇଁ ଆବଦେନ କରିଥିଲେ । ସେଥିମଧ୍ୟରୁ ଟମି ଅନ୍ୟତମ । ଏନେଇ ଆଧାର କାର୍ଡର ଆବଶ୍ୟକତା ରହିଥିଲା । ମଜା କଥା ହେଲା, ଟମିର ଆଧାର କାର୍ଡର ଫଟୋ ମଧ୍ୟ ଅବେଦନ ସାଇଟ୍‌ରେ ଅପ୍‌ଲୋଡ୍ କରାଯାଇଛି । ଆଧାରକାର୍ଡରେ ଥିବା ତଥ୍ୟ ଅନୁସାରେ ଟମିର ଫଟୋ ଥିବାବେଳେ ବାପାଙ୍କ ନାଁ ଜାଗାରେ ଶେରୁ ଏବଂ ମା’ଙ୍କ ସ୍ଥାନରେ ଗିନ୍ନି ଲେଖା ଯାଇଛି । ସେହିପରି ପେସା ସ୍ଥାନରେ ଛାତ୍ର ଲେଖାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଟମିର ଆଧାରକାର୍ଡ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସରକାରୀ ଅଫିସରଙ୍କ ଅଭିଯୋଗକ୍ରମେ ସ୍ଥାନୀୟ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଖୋଜୁଛି ।

Leave A Reply

Your email address will not be published.