ମୁମ୍ବାଇ: ଡନ ୩ ଫିଲ୍ମ ଘୋଷଣା ହେବା ପରଠାରୁ କିଛି ନା କିଛି ସଙ୍କଟ ଲାଗି ରହୁଛି । ଫଳରେ ଫିଲ୍ମର ଶୁଟିଂ ବାରମ୍ବାର ଘୁଂଚିଛି । ୨୦୨୩ରେ ରଣବୀର ସିଂଙ୍କ ସହ ଫରହାନ ଅଖତାର ଏହି ଫିଲ୍ମର ଘୋଷଣା କରିଥିଲେ । ତାଜା ରିପୋର୍ଟ ଅନୁସାରେ ଫିଲ୍ମର ମୂଖ୍ୟ ଅଭିନେତ୍ରୀ କିୟାରା ଆଡଭାନୀ ମାଆ ହେବାକୁ ଯାଉଥିବାରୁ ସେ ଶୁଟିଂରୁ ଦୂରେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ଏପରିକି ସେ ଫିଲ୍ମ ଛାଡିଦେବେ ବୋଲି ମଧ୍ୟ ଆଲୋଚନା ହେଉଛି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ କିୟାରା ତାଙ୍କ ମାତୃତ୍ୱ ଜୀବନର ମଜା ଉଠାଇବାକୁ ଚାହୁଁଛନ୍ତି । ସେ ଫିଲ୍ମ ଛାଡିବା କଥା ମେକର୍ସଙ୍କୁ ଜଣାଇ ଦେଇଛନ୍ତି । ଏବେ ଡନ ୩ ପାଇଁ ଫରହାନ ନୂଆ ଅଭିନେତ୍ରୀ ଖୋଜା ଆରମ୍ଭ କରିଛନ୍ତି ।
କିୟାରା ଟକ୍ସିକୋ ଓ ୱାର ୨ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଡନ ୩ର ଘୋଷଣା ହେବା ପରେ ଶାହାରୁଖ ଖାଁଙ୍କ ପ୍ରଶଂସକମାନେ ଅସନ୍ତୁଷ୍ଟ ରହିଛନ୍ତି । ପ୍ରଥମ ଥର ପାଇଁ ଫରହାନ ତାଙ୍କ ପ୍ରିୟ ଅଭିନେତା ଶାହାରୁଖଙ୍କ ବିନା ଏହି ଫିଲ୍ମ କରୁଛନ୍ତି । ୨୦୦୬ ଓ ୨୦୧୧ରେ ଶାହାରୁଖଙ୍କ ଅଭିନୀତ ଡନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଅମିତାଭ ବଚ୍ଚନ ୧୯୭୮ରେ ଡନ ଫିଲ୍ମ ମାଧ୍ୟମରେ ପରିଚିତ ହୋଇଥିଲେ । ଏହା ପରେ ଶାହାରୁଖ ଏହି ଟ୍ରେଣ୍ଡକୁ ଆଗକୁ ବଢ଼ାଇଥିଲେ ।
Comments are closed.