Latest Odisha News

BREAKING NEWS

ଡ୍ରଗ୍ସ ଲିଙ୍କ: ଏନସିବି ଜାଲରେ ଫସି ପାରନ୍ତି ସାରା ଅଲ୍ଲୀ ଖାନ, ରକୁଲ ପ୍ରିତ ସିଂହ ଓ ମୁକେଶ ଛାବ୍ରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ମିଳିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଖୋଳତାଡ କରୁଛି ।

ଏହି ଘଟଣାରେ ରିୟା ଚକ୍ରବର୍ତ୍ତି, ତାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀ, ହାଉସ୍ ମାନେଜର ଦୀପେଶ ସାୱନ୍ତ, ଗିରଫ ହୋଇଛି ।

ତେବେ ଜି ନ୍ୟୁଜର ରିପୋର୍ଟ ଅନୁଯାୟୀ ଡ୍ରଗ୍ସ ଲିଙ୍କରେ ରିୟା ତଦନ୍ତ ଏଜେନ୍ସି ଆଗରେ ସାରା ଅଲ୍ଲୀ ଖାନ, ରକୁଲ ପ୍ରିତ ସିଂହ, ଡିଜାଇନର ସିମୋନ ଖମ୍ବାଟା, ସୁଶାନ୍ତଙ୍କ ସାଙ୍ଗ ତଥା ପୂର୍ବତନ ମ୍ୟାନେଜର ରୋହିନୀ ଆୟର ଓ ମୁକେଶ ଛାବ୍ରାଙ୍କ ନାମ ନେଇଛନ୍ତି ।

ଏହା ପୂର୍ବରୁ ରିୟାଙ୍କୁ ଜେରା ବେଳେ ସେ ବଲିଉଡର ନାମୀଦାମୀ ୧୫ ସେଲିବ୍ରିଟିଙ୍କ ନାମ ନେଇଥିଲେ । ଯେଉଁମାନେକି ଏବେ ଏନସିବିର ରାଡାରରେ ଆସିଥିବା ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.