Latest Odisha News

BREAKING NEWS

+୨ ଖାତା ରିଚେକିଂ ଆବେଦନ ଆରମ୍ଭ

ଭୁବନେଶ୍ୱର: +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୧୧ ରୁ ୨୫ ସେପ୍ଟେମ୍ବର ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ର ୱେବସାଇଟ୍ ଜରିଆରେ ଅନଲାଇନରେ ଉତ୍ତର ବୁକଲେଟର ରିଚେକିଂ ପାଇଁ ଆବେଦନ କରିପାରିବେ।

ପୁନଃ ମୂଲ୍ୟାୟନ ଫିସ୍ ବାବଦକୁ ଛାତ୍ରଛାତ୍ରୀ ମାନେ ୨୦୦ ଟଙ୍କା ଦାଖଲ କରିବେ।

ବିଜ୍ଞପ୍ତି ଅନୁଯାୟୀ ଯଦି କେହି ଛାତ୍ରଛାତ୍ରୀ ଅନଲାଇନ୍ ମୋଡ୍ ମାଧ୍ୟମରେ ମାର୍କର ପୁନ-ଯାଞ୍ଚ/ରି- ଆଡିସନ କରିବାକୁ ଚୟନ କରନ୍ତି, ତେବେ ସେମାନଙ୍କୁ ଏସଏମଏସ ଏବଂ ଇମେଲ ମାଧ୍ୟମରେ ସଚେତନ କରାଯିବ। ସେହିପରି କଳା ବିଷୟର ଖାତା ପାଇଁ ଲିଙ୍କ୍ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୩ ମଧ୍ୟରେ ପ୍ରଦାନ କରାଯିବ।

ଚଳିତ ବର୍ଷ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ରିଚେକିଂ ବା ପୁନ-ମୂଲ୍ୟାଙ୍କନ ଉପଲବ୍ଧ। ଗଣିତ, ସୂଚନା ପ୍ରଯୁକ୍ତିବିଦ୍ୟା, ସାହିତ୍ୟ ବ୍ୟତୀତ ଅନ୍ୟ ସମସ୍ତ ଏମଆଇଏଲ୍ ପେପର’ ଏବଂ ଆର୍ଟ ଷ୍ଟ୍ରିମର ଇଣ୍ଟିଗ୍ରେଟେଡ୍ ଧନ୍ଦାମୂଳକ ବିଷୟଗୁଡ଼ିକ ଅନ୍ ଲାଇନ୍ ମୋଡରେ ମୂଲ୍ୟାଙ୍କନ ହେବ।

ଆର୍ଟ ଷ୍ଟ୍ରିମର ଅବଶିଷ୍ଟ ବିଷୟ ଏବଂ ଧନ୍ଦାମୂଳକ ଷ୍ଟ୍ରିମର ସମସ୍ତ ବିଷୟର ଖାତା ଅଫଲାଇନ୍ ମୋଡରେ ଦେଖା ହେବ ବୋଲି ସରକାରୀ ବିଜ୍ଞପ୍ତିରେ ଦର୍ଶାଯାଇଛି।

ତେବେ ଉତ୍ତର ସ୍କ୍ରିପ୍ଟ ଡାଉନଲୋଡ୍ କରିବା ପରେ ଅଭିଯୋଗର ଶେଷ ତାରିଖ ଅକ୍ଟୋବର ୧୪ ରହିଛି। ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ଆବେଦନ କରିବା ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ସରକାରୀ ବିଜ୍ଞପ୍ତି ସଠିକ୍ ଭାବେ ପଢିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.