Latest Odisha News

ଭୁବନେଶ୍ବରରେ ନକଲି ସସ୍ ଓ ଆଚାର 

ଭୁବନେଶ୍ବର : ଆଜି ପୁଣିଥରେ ଭୁବନେଶ୍ବରରୁ ମିଳିଛି ଅପମିଶ୍ରିତ ସାମଗ୍ରୀ । କିଛି ଦିନ ତଳେ ଭୁବନେଶ୍ବର ସୁନ୍ଦରପଦା କୈବଲ୍ୟ ନଗରରୁ ନକଲି ଘିଅ କାରଖାନା ଠାବ ହୋଇଥିବା ବେଳେ ଆଜି ନକଲି ସସ୍ ଓ ଆଚାର ଜବତ ହୋଇଛି । 

ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସର ସ୍ପେଶାଲ ସ୍ବାର୍ଡ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ଚଢାଉ କରି ଶହ ଶହ କିଲୋ ନକଲି ସସ୍ ଓ ଆଚାର ଜବତ କରିଛନ୍ତି । 

ବହୁ ଦିନ ଧରି ଆଚାର ପ୍ରସ୍ତୁତ କରିବା ପରେ ଏହାକୁ ଅପରିଷ୍କାର ଭାବେ ରଖାଯାଇଥିବା ଜଣାପଡିଛି । ଏପରିକି କିଛି ଆଚାର କଣ୍ଟେନରରେ ପୋକ ଲାଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । 

ଏହାସହ ବହୁ ପରିମାଣର ରାସାୟନିକ ସାମଗ୍ରୀ ମିଶାଇ ଏହାକୁ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି । ବହୁ ପରିମାଣର ସସ୍ ବି ଜବତ ହୋଇଛି । ଏହିସବୁ ସାମଗ୍ରୀକୁ ଜବତ କରି ଏହାର ମାନ ନିରୁପଣ କରାଯିବ । 

duplicate-sauce-pickle-manufacturing-unit-raided-in-bhubaneswa

Leave A Reply

Your email address will not be published.