Latest Odisha News

BREAKING NEWS

କବିତା – ଅବନା

ରାଜଲକ୍ଷ୍ମୀ ତ୍ରିପାଠୀ

ଜୀବନ:
ଏକ ନିଶ୍ବାସ ପ୍ରଶ୍ବାସ
ଆଗମନ ଓ ପ୍ରତ୍ୟାଗମନ
କିଛି ଦୃଶ୍ୟ କିଛି ଅଦୃଶ୍ୟ

ମନ:
ସେମିତି ରହିଥାଉ
ନଯାଉ ଉପରକୁ
ନଆସୁ ତଳକୁ ।

ସମୟ:
ଆସିବ ଯିବ
ଭୁଲିନି ଭୁଲିଛି
ମୁଣ୍ଡ ଉପରେ ପାରାଭାଡି ।

ସ୍ବପ୍ନ:
ଇଶ୍ବର ଦୋଳିରେ ଝୁଲୁଛନ୍ତି
ଝୁଲୁଥାନ୍ତୁ ସେମିତି
କଳ୍ପରୁ କଳ୍ପାନ୍ତର ।

ନିର୍ବାଣ:
ଲୋଡ଼ା ନାହିଁ
ଦୁଃଖୀର ପ୍ରବେଶ ନିଷେଧ
ପାଟ ଅଗଣା।

କାହାଣୀ:
ଆଈମା’ ସିନ୍ଦୁକ
ନିବୁଜ କୋଠରୀ
ସିଦ୍ଧ ନାଗମନ୍ତ୍ର ।

ପୁରୀ

Leave A Reply

Your email address will not be published.