Latest Odisha News

BREAKING NEWS

ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ, ବଦଳିବେ ୪ ରାଜ୍ୟର ଜିଲ୍ଲାପାଳ ଓ ଏସପି

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ । ୪ ରାଜ୍ୟର ଜିଲ୍ଲାପାଳ ଓ ଏସପିଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଓଡ଼ିଶା ସମେତ ଗୁଜରାଟ, ପଞ୍ଜାବ ଓ ପଶ୍ଚିମବଙ୍ଗର ଅଣକ୍ୟାଡର ଏସପି ଓ କଲେକ୍ଟରଙ୍କ ବଦଳି ନିର୍ଦ୍ଦେଶ ରହିଛି ।

ସୂଚନା ଅନୁସାରେ, ଓଡ଼ିଶାର ୨ ଏସପି ଓ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ରହିଛି । ଓଡିଶାର ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କର ମଧ୍ୟ ବଦଳି କରାଯିବ । ସେହିପରି ଗୁଜୁରାଟର ଛୋଟ ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମାଞ୍ଚଳର ଏସପିଙ୍କ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ପଞ୍ଜାବର ପଠାନକୋଟ, ଫାଜିଲ୍କା, ଜଲନ୍ଦର ଗ୍ରାମୀଣ ଏବଂ ମଲେରକୋଟଲା ଜିଲ୍ଲାର ଏସଏସପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର, ଝାଡଗ୍ରାମ, ପୂର୍ବ ବର୍ଦ୍ଧମାନ ଏବଂ ବୀରଭୂମ୍ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ମିଳିଛି ।

Leave A Reply

Your email address will not be published.