Latest Odisha News

BREAKING NEWS

ଜୁନ୍‌ ୨୯ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଦୁଇ ମାସ ପରିବର୍ତ୍ତେ ଦେଢ ମାସ ବାବା ବର୍ଫାନୀଙ୍କ ଦର୍ଶନ କରିବେ ଭକ୍ତ

ନୂଆଦିଲ୍ଲୀ: ଶିବ ଭକ୍ତମାନେ ଅମରନାଥ ଯାତ୍ରା କରିବା ପାଇଁ ବର୍ଷସାରା ଅପେକ୍ଷା କରିରହିଥାନ୍ତି । ବାବା ଅମରନାଥଙ୍କ ଯାତ୍ରା ବହୁତ କଷ୍ଟକର ହୋଇଥାଏ । କେବେ ହାଡଭଙ୍ଗା ଶୀତ ତ ଆଉ କେବେ ବର୍ଷା ଏଭଳି ଆହ୍ବାନ ସତ୍ତ୍ବେ ଶିବ ଭକ୍ତମାନେ ବାବା ବର୍ଫାନୀଙ୍କୁ ଦର୍ଶନ କରିଥାନ୍ତି ।

ଏହା ଭିତରେ ବାବା ବର୍ଫାନି ଭକ୍ତଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ ଲିଷ୍ଟ ଜାରି ହୋଇଛି । ତେବେ ଆସନ୍ତୁ ଜାଣିବା କେବେ ଆରମ୍ଭ ହେବ ଅମରନାଥ ଯାତ୍ରା ଏବଂ ବାବାଙ୍କୁ କେତେ ଦିନ ଦର୍ଶନ କରିପାରିବେ ଭକ୍ତ ।

ସୂଚନନା ମୁତାବକ, ଚଳିତ ବର୍ଷ ଅମରନାଥ ଯାତ୍ରା ୨୯ ଜୁନ୍ ରୁ ଆରମ୍ଭ ହୋଇ ୧୯ ଅଗଷ୍ଟରେ ଶେଷ ହେବ । ଏହି ବର୍ଷ ଅମରନାଥ ଯାତ୍ରା ଦୁଇ ମାସ ପରିବର୍ତ୍ତେ ମାତ୍ର ୪୫ ଦିନ ରଖାଯାଇଛି । ଦେଶରେ ନିର୍ବାଚନ ହେତୁ ଏହି ଯାତ୍ରା ସମୟ ଦେଢ ମାସକୁ ହ୍ରାସ କରାଯାଇଛି । ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଏପ୍ରିଲ ୧୫ରୁ ଆରମ୍ଭ ହେବ ।

ତେବେ ସମୁଦ୍ର ପତ୍ତନ ଠାରୁ ୩୮୦୦ ମିଟର ଉଚ୍ଚରେ ଅବସ୍ଥିତ ଅମରନାଥ ଗୁମ୍ଫାରେ ଶିବଲିଙ୍ଗ ସ୍ୱାଭାବିକ ଭାବରେ ବରଫରୁ ସୃଷ୍ଟି । ସେଥିପାଇଁ ବାବା ବର୍ଫାନୀ ନାମରେ ବେଶ ପ୍ରସିଦ୍ଧ ।

Leave A Reply

Your email address will not be published.