Latest Odisha News

BREAKING NEWS

କ୍ରିକେଟରେ ରନ୍ ବର୍ଷା: ଦିନିକିଆରେ ବିଶାଳ ୪୮୧ ରନ ସ୍କୋର କରି ଇଂଲଣ୍ଡ କଲା ରେକର୍ଡ଼

ନଟିଂହାମ: ଫଟାଫଟ୍ କ୍ରିକେଟ ଟି-୨୦ ପରି ଦିନିକିଆ କ୍ରିକେଟରେ ମଧ୍ୟ ଆଜି ହୋଇଛି ରନ୍ ବର୍ଷା । ସିମୀତ ୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚରେ ଆଜି ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ଧୁଆଁଧାର ବ୍ୟାଟିଂ କରି ରେକର୍ଡ଼ ୪୮୧ ରନ ପରି ଏକ ବିଶାଳ ସ୍କୋର କରିପାରିଛନ୍ତି ।

ଅଷ୍ଟ୍ରେଲିଆ ବିରୁଦ୍ଧ ୩ୟ ଦିନିକିଆରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୪୮୧ ରନ କରିଛି । ଇଂଲଣ୍ଡ ପକ୍ଷରୁ ହେଲ୍ସ ୧୪୭ ରନ, ବେରଷ୍ଟ୍ର ୧୩୯ ରନ, ଜୟ ୮୨ ରନ, ମୋରଗାନ ୬୭ ରନ ଏବଂ ବଟଲର ଓ ଅଲ୍ଲୀ ୧୧ ରନ ଲେଖାଏଁ ରନ ସ୍କୋର କରିଥିଲେ । ତେବେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ୪୮୨ ରନର ଟାର୍ଗେଟକୁ ପଛା କରି ୧୯ ଓଭରରେ ୩ ୱିକେଟ ହରାଇ ମାତ୍ର ୧୩୦ ରନ କରିପାରିଛି ।

ଇଂଲଣ୍ଡ ୪୮୧ ରନ କରି ସର୍ବାଧିକ ଦିନିକିଆ ଇଂନିସ ସ୍କୋର କରିପାରିଛି । ତେବେ ଇଂଲଣ୍ଡ ହିଁ ପୂର୍ବରୁ ୪୪୪ ରନ ପାକିସ୍ତାନ ବିରୁଦ୍ଧରେ ୨୦୧୬ ମସିହାରେ କରିପାରିଥିଲା । ଶ୍ରୀଲଙ୍କା ୪୪୩ ରନ କରିଥିଲା ନେଦରଲାଣ୍ଡ ବିପକ୍ଷରେ ୨୦୦୬ ମସିହା ବିଶ୍ୱକପ କ୍ରିକେଟରେ । ତେବେ ଭାରତର ସର୍ବାଧିକ ଦିନିକିଆ ସ୍କୋର ହେଉଛି ୪୧୮ ରନ ଏବଂ ଏହି ବିଶାଳ ସ୍କୋର ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଇନ୍ଦୋର ଦିନିକିଆ ୨୦୧୧ ମସିହାରେ କରିଥିବାର ରେକର୍ଡ଼ ରହିଛି ।

Leave A Reply

Your email address will not be published.