Latest Odisha News

BREAKING NEWS

ବିନା ଫୋନରେ ଚାର୍ଜର ଲଗାଇ ଛାଡ଼ିଦେବା ଯୋଗୁଁ ଖର୍ଚ୍ଚ ହୁଏ କି ବିଦ୍ୟୁତ?

ଆପଣ ଅନେକ ସମୟରେ ମୋବାଇଲ ଫୋନ ଚାର୍ଜ କରିବା ପରେ ଚାର୍ଜରକୁ ସେମିତି ଲଗାଇ ଛାଡିଦେଇଥାନ୍ତି । ବହୁତ ସମୟ ଯାଏଁ ସୁଇଚ ବନ୍ଦ କରିନଥାନ୍ତି । ତେବେ କେବେ ଭାବିଛନ୍ତି କି ମୋବାଇଲ ଫୋନ ନ ଲାଗିଥିଲେ ବି ଚାର୍ଜର ବିଦ୍ୟୁତ ଅପଚୟ କରିଥାଏ । ଆଜି ଆମେ ଆପଣଙ୍କୁ ମୋବାଇଲ ଫୋନ ଓ ଚାର୍ଜର ସହ ଜଡିତ ଏଭଳି କିଛି କଥା କହିବାକୁ ଯାଉଛୁ, ଯାହାକୁ ଆପଣ ବିଶ୍ୱାସ ନ କରିପାରନ୍ତି । ଅଧିକାଂଶ ଲୋକ ମଧ୍ୟ ଏବାବଦରେ ଜାଣିନଥାନ୍ତି । ବାସ୍ତବରେ ବର୍ତ୍ତମାନ ମୋବାଇଲ ଫୋନ ଯେତିକି ଆବଶ୍ୟକ, ଚାର୍ଜର ମଧ୍ୟ ସେତିକି ଆବଶ୍ୟକ ରହୁଛି । କିନ୍ତୁ ଅନେକ ସମୟରେ ଆମେ ମୋବାଇଲ ଫୋନ ଚାର୍ଜ କରିଥାଉ ଆଉ ଚାର୍ଜ ସମ୍ପୂର୍ଣ୍ଣ ହେବା ପରେ ଫୋନକୁ ଚାର୍ଜରରୁ କାଢିଦେଇଥାଉ ସତ କିନ୍ତୁ ଚାର୍ଜର କାଢିନଥାଉ । ସାଧାରଣତଃ ମନକୁ ଭାବନା ଆସିଥାଏ ଯେ, ଚାର୍ଜରରେ ତ ମୋବାଇଲ ଫୋନ ଲାଗିନାହିଁ, ତେଣୁ ବିଦ୍ୟୁତ ଖର୍ଚ୍ଚ ହେବ ନାହିଁ । କିନ୍ତୁ ଏହା ଭୁଲ ।

ବାସ୍ତବରେ ଇଲେକ୍ଟ୍ରିକ ପ୍ଲଗରେ ଲାଗିଥିବା ଯେକୌଣସି ଚାର୍ଜର ବିଦ୍ୟୁତ ଖର୍ଚ୍ଚ କରିଥାଏ । ଯଦି ସୁଇଚ ଅନ ଅଛି ଓ ଚାର୍ଜରରେ କୌଣସି ମୋବାଇଲ ଫୋନ ଲାଗିନାହିଁ ତଥାପି ବି ଏହା ବିଦ୍ୟୁତ ଖର୍ଚ୍ଚ କରିଥାଏ । ଯଦିଓ ଖାଲି ଚାର୍ଜର ଅଳ୍ପ ୟୁନିଟ୍ ବିଦ୍ୟୁତ ଖର୍ଚ୍ଚ କରେ, କିନ୍ତୁ ଏହା ଧୀରେ ଧୀରେ ଚାର୍ଜରର ଜୀବନକାଳ କମାଇଦିଏ । ସେହିପରି ଆପଣ ଅଧିକାଂଶ ସମୟ ବାରମ୍ବାର ମୋବାଇଲ ଫୋନକୁ ଚାର୍ଜରରେ ଲଗାଇଥାନ୍ତି । ମୋବାଇଲରେ ଚାର୍ଜ ଥିବା ସତ୍ତ୍ୱେ ସବୁବେଳେ ଫୁଲ ଚାର୍ଜ କରିବାକୁ ଆପଣ ଯଦି ମୋବାଇଲକୁ ପ୍ରାୟ ସମୟ ଚାର୍ଜରରେ ଲଗାଉଥାନ୍ତି, ତେବେ ଏହା ଆପଣଙ୍କ ଫୋନର ବ୍ୟାଟେରୀ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏଭଳି କରିବା ଦ୍ୱାରା ମୋବାଇଲର ବ୍ୟାଟେରୀର ଜୀବନକାଳ ମଧ୍ୟ ହ୍ରାସ ପାଇଥାଏ ।

Leave A Reply

Your email address will not be published.