Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପାଣି ଅଭାବରୁ ଉଜୁଡିବ ଫସଲ ,ଚିନ୍ତାରେ ଚାଷୀ କୁଳ

ନୂଆପଡ଼ା : ମିଳୁନି ପାଣି। ଉଜୁଡିବାକୁ ବସିଛି ଫସଲ। କେନାଲରୁ ପାଣି ଆସୁନଥିବା ବେଳେ ଚାଷୀର ଚାଷ ଜମି ଫାଟି ଆଁ କରିଛି । ଏହିଭଳି ଅଭିଯୋଗ ଆସିଛି ନୂଆପଡ଼ାରୁ। ଫସଲ ଅମଳ ହେବାକୁ ବସିଥିବା ବେଳେ ଉପଯୁକ୍ତ ପାଣି ନମିଳିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ସମସ୍ୟା ନେଇ ବହୁବାର ଜଣାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି। . .

ନୂଆପଡ଼ାରେ ଚିନ୍ତାରେ ଚାଷୀ। ମରୁଡ଼ି ପ୍ରପିଡିତ ଅଞ୍ଚଳ ହୋଇଥିବା ବେଳେ ଚଳିତ ଥର ଖରିଫ୍ ଫସଲ ନେଇ ଚିନ୍ତା ବଢିଯାଇଛି। ସବୁଠୁ ବଡ଼ କଥା ହେଲା ଚାଷୀ ଯେଉଁ ରବି ଫସଲ କରିଥିଲା ତାହା ଅମଳ ହେବା ସମୟରେ ନଷ୍ଟ ହୋଇଯିବାକୁ ବସିଛି । ଚାଷ ପାଇଁ ଆବଶ୍ୟକ ପାଣି ମିଳୁନି। ଫସଲ ପାଇଁ ପାଣି ନମିଳିବାରୁ ଚାଷ ଜମି ଫାଟି ଆଁ କରିଛି ।। ପାଣି ସମସ୍ୟା ନେଇ ବହୁବାର ଚାଷୀଙ୍କ ଅଭିଯୋଗ ହୋଇଛି । ହେଲେ ଅଭିଯୋଗ ଶୁଣି ମଧ୍ୟ କୌଣସି ନିଦାନ ନାହିଁ।

ଗତବର୍ଷ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ପାଣି ମିଳୁଥିଲା। ହେଲେ ସେଠାରୁ ହଠାତ୍ ପାଣି ଆସିବା ବନ୍ଦ ହୋଇଯାଇଥିଲା। ଯାହା ଫଳରେ ଚାଷୀ ମୁଣ୍ଡରେ ପଡିଛି ଚଡ଼କ। କେନାଲରୁ ପାଣି ଆସିବା ବନ୍ଦ ଅଭିଯୋଗ ପରେ କେନାଲରେ ପଙ୍କ ଭର୍ତ୍ତି ଥିବା କହି କଥାକୁ ଏଡାଇ ଦିଆଯାଇଛି। ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି।

ଚାଷୀ ମାନଙ୍କ ଫସଲ ବଞ୍ଚାଇବା ପାଇଁ ଏହି କେନାଲ ପାଣି ଏକମାତ୍ର ମାଧ୍ୟମ ଥିବାବେଳେ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ଜଳ ଯୋଗାଣ କରିପାରିଲେ ଚାଷୀ ଉପକୃତ ହୋଇପାରିବେ।

Leave A Reply

Your email address will not be published.