Latest Odisha News

BREAKING NEWS

ସୁପ୍ରିମକୋର୍ଟ ଗଲେ ‘ଆଦିପୁରୁଷ’ ନିର୍ମାତା

ମୁମ୍ବାଇ: ରାମାୟଣ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେଉ ହେଉ ଦେଖାଦେଇଥିଲା ବିବାଦ । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଫିଲ୍ମର ବହୁ ସିନ୍ ହଲିଉଡ଼ରୁ କପି ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଫିଲ୍ମର ସଂଳାପ ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏହାର ଲେଖକ ମନୋଜ ମୁନ୍ତଶିର ହାତଯୋଡ଼ି ଜନସାଧାରଣଙ୍କୁ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି । ଏବେ ଆହ୍ଲାବାଦ ହାଇକୋର୍ଟରେ ହାଜର ହେବା ବିରୋଧରେ ଫିଲ୍ମ ନିର୍ମାତା ଭୂଷଣ କୁମାର ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ।

ନିର୍ମାତାଙ୍କ ଓକିଲ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ରଖିଥିଲେ । ଗୁରୁବାର ଶୁଣାଣି ହେବ ପ୍ରଧାନ ବିଚାରପତି କହିଛନ୍ତି । ଫିଲ୍ମରେ ଧାର୍ମିକ ଚରିତ୍ରଗୁଡ଼ିକୁ ଭୁଲ ଭାବେ ଦର୍ଶାଯାଇଥିବା ନେଇ ନିର୍ମାତା ଭୂଷଣ କୁମାର, ନିର୍ଦ୍ଦେଶକ ଏବଂ ସଂଳାପ ଲେଖକ ମନୋଜ ମୁନ୍ତାଶୀରଙ୍କୁ ଜୁଲାଇ ୨୭ ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଜୁନ୍ ୧୬ ତାରିଖରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା । ରିଲଜ୍ ପରଠାରୁ ନିମ୍ନ ଧରଣର ସଂଳାପକୁ ନେଇ ଜନ ଅସନ୍ତୋଷ ଓ ତୀବ୍ର ସମାଲୋଚନା ହୋଇଥିଲା । ଏଥିରେ ହନୁମାନ ଚରିତ୍ର ପାଇଁ ଉଦ୍ଦିଷ୍ଟ ସଂଳାପଗୁଡ଼ିକ ବହୁତ କଦର୍ଯ୍ୟ ହୋଇଥିଲା । ସଂଳାପ ଲେଖିଥିବା ମନୋଜ ସଂଳାପଗୁଡ଼ିକ ଯଥାର୍ଥ ବୋଲି ପୂର୍ବରୁ ଯୁକ୍ତ୍‌ି କରିଥିଲେ । ଏଥିସହିତ ବଜରଙ୍ଗବାଲି ହନୁମାନ ଭଗବାନ ନୁହନ୍ତି ବୋଲି କହିଥିଲେ । ହେଲେ ଏବେ ନିଜ ଭୁଲ ବୁଝିପାରି କ୍ଷମା ପ୍ରାର୍ଥନା କରିଛନ୍ତି ।

 

Leave A Reply

Your email address will not be published.