Latest Odisha News

ଚଳିତ ଆର୍ଥିକ ବର୍ଷରେ ପଞ୍ଚମ ଥର ପାଇଁ ସୁଧହାର ହ୍ରାସ କଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଋଣ ଏବଂ ଫିକ୍ସଡ ଡିପୋଜିଟ୍ ଉପରେ ସୁଧହାର ହ୍ରାସ କରିଥିବା ଘୋଷଣା କରିଛି । ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏମସିଏଲଆର ସୁଧ ହାର ୮. ୨୫ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୦.୧୦ ପ୍ରତିଶତ ହ୍ରାସ ପାଇ ୮.୧୫ ପ୍ରତିଶତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ପଞ୍ଚମ ଥର ପାଇଁ ଏସବିଆଇ ଋଣ ହାର ହ୍ରାସ କରିଥିବା ବେଇ ସୂଚନା ମିଳିଛି ।

ଏସବିଆଇ ‘ଆରଏଫଡି’ ଉପରେ ମଧ୍ୟ ସୁଧ ଦର ହ୍ରାସ କରିବ ବୋଲି ଘୋଷଣା କରିଛି। ଏହି ସୁଧ ଦରରେ ୦.୨୦ରୁ ୦.୨୫ ପ୍ରତିଶତ ଯାଏଁ ହ୍ରାସ କରାଯାଇଛି । ସେହିପରି ବଡ ଧରଣର ଏଫଡିରେ ୦.୧୦ରୁ ୦.୨୦ ଯାଏଁ ସୁଧଦର ହ୍ରାସ କରାଯାଇଛି ।

Leave A Reply

Your email address will not be published.