Latest Odisha News

BREAKING NEWS

ମାତ୍ରାଧିକ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ !

ଭୁବନେଶ୍ୱର: ମୋବାଇଲ ଆମ ଦୈନନ୍ଦିନ ଜୀବନର ଏକ ଅବିଛିନ୍ନ ଅଂଶ ଭାବେ ଉଭା ହେଲାଣି । ଏହାର ବ୍ୟବହାର ଆମ ଜୀବନକୁ ସହଜ, ସରଳ କରିଦେବ ସହ ଏହାର ବହୁଳ ବ୍ୟବହାର ଆମ ଶରୀରରେ ଅନେକ କ୍ଷତି ପହଞ୍ଚାଇଥାଏ । ସବୁଠି ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଦେଖବାକୁ ମିଳୁଛି। ପିଲାଠାରୁ ବୟସ୍କ ସମସ୍ତେ ଦିନ ସାରା ସ୍ମାର୍ଟ ଫୋନରେ ବ୍ୟସ୍ତ।

ଅଧିକାଂଶ ଲୋକମାନେ ଦିନ ହେଉ କିମ୍ବା ରାତି ସବୁ ସମୟରେ ଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳେ । କିନ୍ତୁ କ’ଣ ଆପଣମାନେ ଜାଣନ୍ତି, ଏହା ଆମ ଶରୀରର ଅନେକ କ୍ଷତି କରିବା ସହ ତ୍ବଚା ଉପରେ ମଧ୍ୟ ଅନେକ କୁପ୍ରଭାବ ପକାଇଥାଏ।

ଅଧିକ ଫୋନ୍ ବ୍ୟବହାର କରିବା ଦ୍ବାରା ଆଖି ତଳେ କଳା ଦାଗ ହେବା ସହ ତ୍ବଚାରେ ବ୍ରଣ ହେବା ଭଳି ଅନେକ ସମସ୍ୟା ଦେଖାଦେଇଥାଏ।

ଏହାସହିତ ଖୁବଶୀଘ୍ର ଆପଣ ବୟସ୍କ ପରି ଦେଖାଯିବେ। କାରଣ ଏହାଦ୍ବାରା ଚର୍ମରେ କୁଞ୍ଚନ ସୃଷ୍ଟି ହୋଇ ବୟସର ଛାପ ଦେଖା ଦେଇଥାଏ। ତେବେ ଏଥିରୁ ରକ୍ଷା ପାଇବାର କିଛି ଉପାୟ ରହିଛି। ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –

କିପରି ଦୂର କରିବେ ଏହି ସମସ୍ୟା:

ଫୋନର ବ୍ୟବହାର କମ୍ କରିବା ସହ ତ୍ବଚାରେ ଘିକୁଆଁରୀ ରସ ବା ଜେଲ୍ ଲଗାନ୍ତୁ। ଏହାକୁ ଲଗାଇ ୧୫ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

ଆମ ଆଖ-ପାଖରେ ଅନେକ ଜୀବାଣୁ ରହିଥାଏ ଏବଂ ଫୋନ୍ ଜୀବାଣୁମାନଙ୍କ ପାଇଁ ଚୁମ୍ବକ ଭଳି କାମ କରିଥାଏ। ଆମେ ଯେତେବେଳେ ଫୋନ୍ ଉଠାଇ ତ୍ବଚା ଉପରେ ରଖନ୍ତି, ସେହି ସମୟରେ ଜୀବାଣୁ ତ୍ବଚା ସଂସ୍ପର୍ଶରେ ଆସିଥାଏ ଏବଂ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଡ୍ ଫୋନ୍ ବା ଇୟର ଫୋନ୍ ବ୍ୟବହାର କରନ୍ତୁ। ଏହାସହିତ ନିଜ ଫୋନକୁ ମାଇକ୍ରୋଫାଇବର କପଡାରେ ସଫା କରନ୍ତୁ।

ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଫୋନ୍ ବ୍ୟବହାର ନକରିବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ ।

Leave A Reply

Your email address will not be published.