Latest Odisha News

BREAKING NEWS

କଲରାପତରିଆ ବାଘ ଚମଡା ଡିଲ ବେଳେ ମାଡି ବସିଲା ବନ ବିଭାଗ , ଦୁଇ ଗିରଫ

ବୌଦ୍ଧ: ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବ୍ଲକ ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ କରଞ୍ଜକଟା ଗାଁ ନିକଟରେ କଲରାପତାରିଆ ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ଚଢ଼ାଉ ପରେ ବନ ବିଭାଗ ଗୋଟିଏ କଲରାପତରିଆ ବାଘ ଚମଡା ସହ ଗୋଟିଏ ବାଇକ, ଦୁଇଟି ମୋବାଇଲ ଜବତ ସହିତ ଦୁଇ ଶିକାରୀକୁ କାବୁ କରିଛି ।

ଦୁଇ ଅଭିଯୁକ୍ତ ହେଲେ ପୁରୁଣାକଟକ ଥାନା କରଞ୍ଜକଟା ଗ୍ରାମର ଅଭୟ ନାୟକ ଓ ହରଭଙ୍ଗା ଥାନା ବାଇସପଡ଼ା ଗ୍ରାମର ନୀଳକଣ୍ଠ କହଁର ।

ସୂଚନାଥାଉକି, ବନବିଭାଗର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଏବଂ ବୌଦ୍ଧ ଏସିଏଫ, ପୁରୁଣାକଟକ ରେଞ୍ଜ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ମିଳିତଭାବେ ଚଢ଼ାଉ କରି ଦୁଇ ଶିକାରୀଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.