Latest Odisha News

BREAKING NEWS

ଗୋଡ଼ ବାରମ୍ବାର ଝିମ୍‌ଝିମ୍ ହେଉଛି କି? ପିମ୍ପୁଡ଼ି ଚାଲିଲା ଭଳି ଲାଗୁଥିଲେ ଜାଣନ୍ତୁ ପ୍ରକୃତ କାରଣ ଓ ଘରୋଇ ଉପଚାର

ଅନେକ ସମୟରେ ଲୋକେ ଗୋଡ଼ ବାରମ୍ବାର ସୁନ୍ ପଡ଼ିଯିବା କିମ୍ବା ପାଦରେ ପିମ୍ପୁଡ଼ି ଚାଲିଲା ଭଳି ଝିମ୍‌ଝିମ୍ ଅନୁଭବ ହେବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କେତେକଙ୍କ କ୍ଷେତ୍ରରେ ପାଦ ଜଳିବା କିମ୍ବା ଗୋଇଠି ବିନ୍ଧିବା ଭଳି ଲକ୍ଷଣ ମଧ୍ୟ ଦେଖାଯାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଏହା ପଛରେ ଥିବା ପ୍ରକୃତ କାରଣ ଏବଂ ତାର ସମାଧାନ ବିଷୟରେ ଜାଣିବା ନିହାତି ଜରୁରୀ । ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ଶ୍ୱେତା ଶାହ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ସମ୍ପର୍କରେ ଏକ ଭିଡିଓ ସେୟାର କରି ଏହାର କାରଣ ଓ ଉପଚାର ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ।

ନ୍ୟୁଟ୍ରିସନିଷ୍ଟଙ୍କ ପରାମର୍ଶ

ଶ୍ୱେତା ଶାହଙ୍କ ମତରେ, କେବେ କେମିତି ଗୋଡ଼ ସୁନ୍ ପଡ଼ିବା ଏକ ସାଧାରଣ କଥା ହୋଇପାରେ । କିନ୍ତୁ ଯଦି ଏହା ବାରମ୍ବାର ଘଟୁଛି, ତେବେ ଏହା ଶରୀରରେ କିଛି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱର ଅଭାବକୁ ଦର୍ଶାଉଛି ।

୧. ଗୋଡ଼ ଝିମ୍‌ଝିମ୍ ହେବା (ମ୍ୟାଗ୍ନେସିୟମ୍ ଅଭାବ) ଯଦି ଆପଣଙ୍କ ଗୋଡ଼ ବାରମ୍ବାର ସୁନ୍ ପଡ଼ିଯାଉଛି ବା ପିମ୍ପୁଡ଼ି ଚାଲିଲା ଭଳି ଲାଗୁଛି, ତେବେ ଏହା ଶରୀରରେ ମ୍ୟାଗ୍ନେସିୟମର ଅଭାବ ଯୋଗୁଁ ହୋଇପାରେ । ଏଥିରୁ ମୁକୁଳିବା ପାଇଁ ଖାଦ୍ୟରେ କଖାରୁ ମଞ୍ଜି, ବାଦାମ, ପାଳଙ୍ଗ ଶାଗ, କାଜୁ ଏବଂ ଡାର୍କ ଚକୋଲେଟ୍ ସାମିଲ କରିବା ଉଚିତ୍, ଯେଉଁଥିରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ରହିଛି ।

୨. ଗୋଡ଼ରେ ଶିରା ଟାଣିହେବା (ପୋଟାସିୟମ୍ ଅଭାବ) ବାରମ୍ବାର ଗୋଡ଼ରେ ଶିରା ଟାଣିହେବା କିମ୍ବା କ୍ରାମ୍ପ୍ସ ଆସିବା ପୋଟାସିୟମ୍ ଅଭାବର ଲକ୍ଷଣ ହୋଇପାରେ । ଏହି ସମସ୍ୟାର ସମାଧାନ ପାଇଁ କଦଳୀ, ଡାବ ପାଣି, କନ୍ଦମୂଳ ଏବଂ ଆଭୋକାଡୋ ଭଳି ଖାଦ୍ୟ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି ।

୩. ପାଦ ତଳ ଜଳିବା (ଭିଟାମିନ୍ ବି୧୨ ଅଭାବ) ପାଦ ତଳ ବା ତଳିପା ଜଳିବା ସମସ୍ୟା ମୁଖ୍ୟତଃ ଭିଟାମିନ୍ ବି୧୨ର ଅଭାବରୁ ହୋଇଥାଏ । ଏଥିପାଇଁ ଖାଦ୍ୟରେ କ୍ଷୀର, ଦହି, ପନିର, ଅଣ୍ଡା ଏବଂ ମାଛ ଭଳି ପୁଷ୍ଟିକର ଖାଦ୍ୟ ସାମିଲ କରିବା ଆବଶ୍ୟକ ।

୪. ଗୋଇଠି ବିନ୍ଧିବା (ଭିଟାମିନ୍ ଡି ଅଭାବ) ବିନା କୌଣସି ପରିଶ୍ରମରେ କିମ୍ବା ବେଶୀ ନ ଚାଲି ମଧ୍ୟ ଯଦି ଗୋଇଠି ବିନ୍ଧୁଛି, ତେବେ ଏହା ଭିଟାମିନ୍ ଡି ଅଭାବରୁ ହୋଇପାରେ । ଏଥିପାଇଁ ପ୍ରତିଦିନ ସକାଳେ କିଛି ସମୟ ଖରାରେ ରହିବା ଦରକାର । ଯଦି ଏହା ପରେ ବି ଉପଶମ ନ ମିଳେ, ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଭିଟାମିନ୍ ଡି ସପ୍ଲିମେଣ୍ଟ୍ ନେଇପାରିବେ ।

୫. ପାଦ ସବୁବେଳେ ଥଣ୍ଡା ରହିବା (ଆଇରନ୍ ଅଭାବ) ଯଦି ଆପଣଙ୍କ ପାଦ ସର୍ବଦା ଥଣ୍ଡା ରହୁଛି, ଏହା ଶରୀରରେ ଆଇରନ୍ ବା ଲୌହ ଅଂଶର ଅଭାବକୁ ଦର୍ଶାଏ । ଏଥିରୁ ରକ୍ଷା ପାଇବା ପାଇଁ ପାଳଙ୍ଗ ଶାଗ, ରାଶି, ଖଜୁରୀ, ଗୁଡ଼ ଏବଂ ବିଭିନ୍ନ ପ୍ରକାରର ଡାଲି ଜାତୀୟ ଖାଦ୍ୟ ନିଜ ଡାଏଟ୍‌ରେ ସାମିଲ କରିବା ଆବଶ୍ୟକ ବୋଲି ଶ୍ୱେତା ଶାହ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.