Latest Odisha News

BREAKING NEWS

ପାଟକୁରାରେ ଧାର୍ଯ୍ୟ ସମୟରେ ନିର୍ବାଚନ କରିବାକୁ ବିଜେପିର ଦାବି

ନୂଆଦିଲ୍ଲୀ: ପାଟକୁରା ବିଧାନସଭା ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ କରିବାକୁ ବୁଧବାର ଦିନ ବିଜେପିର ଏକ ପ୍ରତିନିଧି ଦଳ ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବି କରିଛନ୍ତି । ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁନୀଲ୍ ଆରୋରାଙ୍କୁ…

ବାତ୍ୟାରେ କ୍ଷତିଗ୍ରସ୍ତ ହେଲା ‘କ୍ରୀଡ଼ା ରାଜଧାନୀ’

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ପ୍ରଭାବରେ ଭାରତର କ୍ରୀଡ଼ା ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରର କ୍ରୀଡ଼ା ଭିତ୍ତିଭୂମି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ରାଜଧାନୀରେ ଥିବା ପ୍ରସିଦ୍ଧ କଳିଙ୍ଗ ଷ୍ଠାଡ଼ିୟମ ଯେଉଁଠାରେ ୨୦୧୮ ନଭେମ୍ବର ରୁ ଡ଼ିସେମ୍ବର ମାସରେ ବିଶ୍ୱ କପ ହକି ଟୁର୍ଣ୍ଣାମେଣ୍ଟ…

ରାଜଧାନୀରେ ବୁଲିଲା ମୋବାଇଲ୍ ଏଟିଏମ୍

ଭୁବନେଶ୍ୱର: ବାତ୍ୟା ପରଠାରୁ ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଏଟିଏମ୍ ମେସିନ ଅଚଳ ହୋଇପଡ଼ିଥିବାରୁ ଜନସାଧାରଣ ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ ସେବା ବ୍ୟାହତ ହେବା ଯୋଗୁଁ ଏଟିଏମ ବିନା ଜନସାଧାରଣ ପଇସା ଉଠାଇବାକୁ ହନ୍ତସନ୍ତ ହେଉଛନ୍ତି । ଟଙ୍କାର ଏହି ଅଭାବୀ ଜନିତ…

ବାତ୍ୟା ‘ଫନି’ ଲାଗି ସ୍ଥଗିତ ହେଲା ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଆୟୋଜିତ ଡିପ୍ଲୋମା ପରୀକ୍ଷା ସ୍ଥଗିତ ହୋଇଛି । ମିଳିଥିବା ସୂଚନାନୁଯାୟୀ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ବେଳେ ମେ’ ୨୦ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡିଛି ।…

ଭୟଙ୍କର ବାତ୍ୟାରେ ଉପୁଡ଼ିଗଲା ରାଜଧାନୀର ମୂଲ୍ୟବାନ ବୋଧିବୃକ୍ଷ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟାର ବିଭୀଷିକାକୁ ନିଜ ଆଖିରେ ନଦେଖିଲେ ପ୍ରକୃତରେ କେହି ହୃଦୟଙ୍ଗମ କରିପାରିବେ ନାହିଁ । ରାଜଧାନୀରେ ପ୍ରଳୟ ରଚିଥିବା ଏହି ଭୟାବହ ବାତ୍ୟାର ପଦଚିହ୍ନ ହୃଦୟ ବିଦାରକ । ଏବେବି ବିପର୍ଯ୍ୟସ୍ତ ଅବସ୍ଥାରେ ମାଟିରେ ପଡ଼ିରହିଛି ଶହ ଶହ ଗଛ । ଏହି ଫନି ବାତ୍ୟା…

କୋରାପୁଟରେ ପୋଲିସ ଏନକାଉଣ୍ଟର, ୫ ମାଓବାଦୀ ନିପାତ

କୋରାପୁଟ : କୋରାପୁଟ ଜିଲ୍ଲାର ପଡୁଆ ଥାନା ନିକଟରେ ବୁଧବାର ଦିନ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୫ ଜଣ ମାଓବାଦୀ ନିପାତ ହୋଇଛନ୍ତି । https://twitter.com/ANI/status/1126079350967640066?s=08 ମିଳିଥିବା ସୂଚନାନୁଯାୟୀ କୋରାପୁଟ ଜିଲ୍ଲାର ପଡୁଆ ଥାନା…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨ ମାସର ଦରମା ଦାନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର : ବାତ୍ୟା‘ଫନୀ’ରେ କ୍ଷତିଗ୍ରସ୍ତ ଲୋକମାନଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ନିଜର ୨ ମାସର ଦରମା ଦାନ କରିଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ। ମିଳିଥିବା ସୂଚନାନୁଯାୟୀ ରାଜ୍ୟ ସରକାରଙ୍କ ଜଳସଂପଦ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ…

ବାତ୍ୟା ବିପନ୍ନଙ୍କ ପ୍ରତି ସାହାଯ୍ୟର ହାତ ବଢାଇଲେ ଓଡ଼ିଶା ପୋଲିସ

ପୁରୀ: ପୁରୀଠାରେ ବାତ୍ୟା ବିପନ୍ନଙ୍କ ଲାଗି ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ ‘କରୁଣା’ ନାମକ ଅଭିନବ ଯୋଜନା ହାତକୁ ନିଆଯାଇଛି । ଏହି କରୁଣା କାର୍ଯ୍ୟକ୍ରମ ମାଧ୍ୟମରେ ବାତ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ପୁରୀ ସହର ତଥା ଏହାର ଆଖପାଖରେ ରହିଥିବା…

ମେ’ ୧୨ ସୁଦ୍ଧା ଭୁବନେଶ୍ୱରବାସୀଙ୍କୁ ମିଳିପାରିବ ସମ୍ପୂର୍ଣ୍ଣ ବିଦ୍ୟୁତ୍ ସେବା

ଭୁବନେଶ୍ୱର : ବାତ୍ୟା ‘ଫନି’ ଓଡିଶାରେ ତାଣ୍ଡବ ରଚିବା ପରେ ଏହାର ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଥିବା ବେଳେ ମେ’ ୧୨ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ସମସ୍ତ ସ୍ଥାନରେ ବିଦ୍ୟୁତ୍ ସଂଯୋଗ କରାଯିବ। ଏହାପରେ ପୁରୀରେ ବିଦ୍ୟୁତ୍ ସେବା…

ବାତ୍ୟା ‘ଫନି’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଓଡିଶାରେ ମୃତକଙ୍କ ସଂଖ୍ୟା ବୁଧବାର ଦିନ ସରକାରୀ ଭାବେ ୪୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂହ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ମେ’ ୩ ତାରିଖ ସକାଳୁ ଆରମ୍ଭ ହୋଇଥିବା ସାମୁଦ୍ରିକ ଝଡ ଫନି…