Latest Odisha News

BREAKING NEWS

ବିଜେଡ଼ିର ଆଉ ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, କଟକ ଲୋକସଭା ଆସନରେ ଲଢିବେ ଭର୍ତ୍ତୃହରି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସୋମବାର ଦିନ କଟକ ଲୋକସଭା ଆସନ ସମେତ ଆଉ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କଟକ ଲୋକସଭା ଆସନରୁ ବରିଷ୍ଠ ବିଜେଡ଼ି ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ନିର୍ବାଚନ ଲଢିବେ ବୋଲି ଦଳ…

କଂଗ୍ରେସ ସପ୍ତାହକ ମଧ୍ୟରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିବ

ଭୁବନେଶ୍ୱର: କଂଗ୍ରେସ ଏପ୍ରିଲ୍ ପ୍ରଥମ ସପ୍ତାହ ମଧ୍ୟରେ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବ ବୋଲି ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ । ଗଣମାଧ୍ୟମକୁ ସୂଚନାଦେଇ ନିରଞ୍ଜନ କହିଛନ୍ତି, କଂଗ୍ରେସର…

ବିଜେଡ଼ିରୁ ଇସ୍ତଫା ଦେଲେ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡ଼ା ବିଧାନସଭା ବିଧାୟକ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ବିଧାୟକ ପ୍ରବୀଣ ଭଞ୍ଜଦେଓ ମୟୁରଭଞ୍ଜ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସହିତ ସେ ୨୦୦୯ ମସିହାରୁ ୨ଥର ମୋରଡ଼ା…

ପବିତ୍ର ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ଆଜିର ଦିନରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ମହାନ ଓଡ଼ିଆ ଭାଷାକୁ ଲୁପ୍ତ କରିଦେବାକୁ ଯେଉଁପରି ଭାବେ ସେତେବେଳେ…

ଟିକେଟ୍ ନମିଳିବାରୁ ବିଜେପିରୁ ଇସ୍ତଫା ଦେଲେ ମିନକେତନ ଅମାତ୍

ଅନୁଗୁଳ : ବିଜେପିର ବରିଷ୍ଠ ନେତା ତଥା ଅନୁଗୁଳ ବିଧାନସଭା ଆସନରୁ ୨ଥର ନିର୍ବାଚନ ଲଢି ଅସଫଳ ହୋଇଥିବା ମିନକେତନ ଅମାତ୍ ସୋମବାର ଦିନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀଯୁକ୍ତ ଅମାତ୍ ନିଜ ଇସ୍ତଫା ପତ୍ର ଦଳର ପ୍ରଦେଶ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ…

ଦଳ ଛାଡିଲେ କଂଗ୍ରେସ ନେତା ସାମନ୍ତ ଖମାରୀ

ଭୁବନେଶ୍ୱର : ଭବାନୀପାଟଣା ବିଧାନସଭା ଆସନରୁ ସାଗର ଦାସଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସୋମବାର ଦିନ କଂଗ୍ରେସ ନେତା ସାମନ୍ତ ଖମାରୀ ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

ବିଜେପିର ୩ ଲୋକସଭା ଓ ୧୧ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା: ପାଟକୁରାରୁ ବିଜୟ, ଭୁବନେଶ୍ୱରରୁ ଅପରାଜିତା ମହାନ୍ତି ଓ…

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ନିମନ୍ତେ ସୋମବାର ସକାଳେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ୩ଟି ଲୋକସଭା ଓ ୧୧ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ…

ଗଞ୍ଜାମ: ପ୍ରଚଣ୍ଡ ବଜ୍ରପାତରେ ୨ ଛାତ୍ର ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଘଡଘଡି ଓ ବଜ୍ରପାତ ଫଳରେ ରବିବାର ରାତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସୁତୁମସରା ଗାଁର ଦୀପକ ଦଳାଇ ଓ ପୋଲାର ଗାଁର ଦ୍ୱିତୀକୃଷ୍ଣ ସାହୁ। ସମ୍ପୃକ୍ତ ୪ ଜଣ ଆଇଟିଆଇର ଛାତ୍ର ହୋଇଥିବା…

ପୁଲୱାମାରେ ଏନକାଉଣ୍ଟର, ଲସ୍କର-ଇ-ତଇବାର ୪ ଆତଙ୍କବାଦୀ ମୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଲାସିପୋରା ଅଞ୍ଚଳରେ ସୋମବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଲାସିପୋରା ଅଞ୍ଚଳରେ କେତେକ ଆତଙ୍କବାଦୀମାନେ ଛପି…

କଟକ: ଦରଘା ବଜାରରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ଦରଘା ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆର୍କେଡ ମାର୍କେଟ କପ୍ଲେସର ଚତୁର୍ଥ ମହଲାରେ ସୋମବାର ଦିନ ଭୋର୍ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା…