Latest Odisha News

BREAKING NEWS

ଛାତ୍ର ସଂସଦ ନିର୍ବାଚନ: ଆରମ୍ଭ ହେଲା କଲେଜ ଓ ୟୁନିଭର୍ସିଟିରେ ନାମାଙ୍କନ ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟର ସମସ୍ତ ମହାବିଦ୍ୟାୟୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ଅକ୍ଟୋବର ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ନିର୍ବାଚନର ପ୍ରଥମ ପ୍ରକ୍ରିୟା ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ । ବୁଧବାର ସକାଳ ୯ଟାରୁ…

ପାରାଦୀପ ସମୁଦ୍ରରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ଶବ ମିଳିଲା

ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡ଼ିଆରେ ଗାନ୍ଧୀ ଜୟନ୍ତୀ ପାଳନ ଉତ୍ସବ ପାଳନ ଅବସରରେ ସମୁଦ୍ରରେ ବୁଡ଼ିଯାଇଥିଲେ ୩ ଜଣ ଯୁବକ । ୨ଜଣଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ଥିଲେ । ଆଜି ସକାଳେ ନିଖୋଜ ଯୁବକଙ୍କ ଶବ ଉଦ୍ଧାର କରିଛି ପୋଲିସ । ଆଜି ସକାଳେ…

ଆଜି ପୁରୀ ବନ୍ଦ ଡ଼ାକରା, ଧାଡ଼ି ଦର୍ଶନକୁ ବିରୋଧକରି ଶ୍ରୀଜଗନ୍ନାଥ ସେନାର ପ୍ରତିବାଦ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ନୂଆ ଧାଡ଼ି ବ୍ୟବସ୍ଥା ଦର୍ଶନକୁ ପୁରୀ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ଏନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡ଼ାକରା ଦିଆଯାଇଛି । ଏହି ଧାଡ଼ି ଦର୍ଶନକୁ ବିରୋଧ କରୁଥିବା ଶ୍ରୀଜଗନ୍ନାଥ ସେନାର ଆବାହକ…

ବୋମା ଆକ୍ରମଣ ନେଇ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଖୋର୍ଦ୍ଧା ଏସପିଙ୍କୁ ଭେଟିଲେ

ଭୁବନେଶ୍ୱର: ଗତକାଲି ରାତିରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭଙ୍କ ଗାଡ଼ି ଉପରେ ବୋମା ଆକ୍ରମଣ ହୋଇଥିଲା । ଏସମ୍ପର୍କରେ ଖୋର୍ଦ୍ଧା ଏସପି ଦିପ୍ତୀ ରଞ୍ଜନ ରାୟଙ୍କୁ ଆଜି ରିଷଭ ଭେଟିଛନ୍ତି । ସେ ଏସପିଙ୍କୁ ଭେଟିବା ସହିତ ତାଙ୍କ ଗାଡ଼ି ଉପରକୁ ବୋମା ଆକ୍ରମଣ କରିଥିବା ସଂଶ୍ଳିଷ୍ଟ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ନିଜସ୍ୱ ‘ଖାଦ୍ୟ ସୁରକ୍ଷା ଯୋଜନା’ର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କ ସେବାପାଇଁ କେବେ ହେଲେ ଟଙ୍କାର ଅଭାବ ରହିବ ନାହିଁ ।…

କେନ୍ଦ୍ରର ବିଜେପି ସରକାର ‘ଫମ୍ପା ମାଠିଆ’ ସଦୃଶ – ନବୀନ

ଭୁବନେଶ୍ୱର: କେନ୍ଦ୍ରର ବିଜେପି ସରକାର ଫମ୍ପା ମାଠିଆ ସଦୃଶ । ବିଜେପି ଗୋଟିଏ ଦଳ ଯାହାକି ଏକ ଫମ୍ପା ମାଠିଆ ପରି, ପ୍ରଚାରରେ ଜୋରଦାର କିନ୍ତୁ କାର୍ଯ୍ୟରେ ଶୂନ୍ୟ । ଏକଥା କହିଛନ୍ତି ଖୋଦ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ବିଜେଡ଼ିର ଜନସମ୍ପର୍କ…

‘ମଣିକର୍ଣ୍ଣିକା’ରେ କଙ୍ଗନା ରାଣାୱତ, ରିଲିଜ ହେଲା ଟିଜର୍

ମୁମ୍ବାଇ : ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡର ସୁନ୍ଦରୀ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ଆଗାମୀ ସିନେମା ‘ମଣିକର୍ଣ୍ଣିକା: ଦ କ୍ୱିନ୍ ଅଫ ଝାନ୍ସି’ ର ଟ୍ରେଲର ରିଲିଜ ହୋଇଛି । ଏହି ବହୁ ପ୍ରତିକ୍ଷିତ ଫିଲ୍ମ ମଣିକର୍ଣ୍ଣିକାରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ମଧ୍ୟ ଦେଖିବାକୁ…

ସୋନପୁର ପୋଲିସ ଦ୍ୱାରା ୪ ଲୁଟେରା ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ

ସୋନପୁର : ସୋନପୁର ପୋଲିସ ମଙ୍ଗଳବାର ଦିନ ୪ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ଚୋରୀ ସାମଗ୍ରୀ ଜବତ କରିଛି । ବିଶେଷ ସୁତ୍ରରୁ ଜଣାପଡିଛି ଏହି ଲୁଟେରା ମାନଙ୍କ ନିକଟରୁ ୧୦ ଗ୍ରାମ ଓଜନର ସୁନା ବିସ୍କୁଟ ସମେତ ଦୁଇ ଲକ୍ଷର ଅଧିକ ଟଙ୍କାର ଚୋରି ସାମଗ୍ରୀ ପୋଲିସ ଜବତ…

ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବାପୁଜୀଙ୍କ ରାଜଘାଟସ୍ଥିତ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ,…

ଓଡ଼ିଶାରେ ‘ଗାନ୍ଧୀ ଜ୍ୟୋତି ଯାତ୍ରା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଚାରିଆଡେ ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଅନ୍ତାସ୍ଥିତ ଗାନ୍ଧୀ ସ୍ମୃତି ପୀଠ ଗସ୍ତ କରି ସେଠାରେ…