Latest Odisha News

ଉତ୍କୃଷ୍ଟ ସେବା ପାଇଁ ‘ପୋଲିସ ପଦକ’ ପ୍ରଦାନ, ୨୮ ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କଲେ ସମ୍ମାନ

ଭୁବନେଶ୍ୱର: ୭୭ତମ ସ୍ୱାଧୀନତା ଦିବସ ଅବସରରେ ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮ ଜଣ ମନୋନୀତ ପୋଲିସ ଅଧିକାରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ସେବା ପାଇଁ 'ପୋଲିସ ପଦକ' ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟ ସେବା ପାଇଁ ଜଣେ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ…

ପୋଖରୀ ହୁଡାରୁ ଝୁଲନ୍ତା ଅବସ୍ଥାରେ ଯୁବକର ଗଳିତ ମୃତଦେହ ଉଦ୍ଧାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ହନୁମନ୍ତିଆ ଜଙ୍ଗଲ ନିକଟ ଦୋବଲାପାଳ ଗ୍ରାମର ଜନକନାଳିରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଖରୀ ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ…

୧୪ ମାସ ପରେ ପଣ୍ଡା ପାର୍କ ବସ୍ତି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ନିଳାଦ୍ରୀବିହାର ପଣ୍ଡା ପାର୍କ ନିକଟ ବସ୍ତିରେ ଘଟିଥିବା ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ୍ ପୋଲିସ ଗିରଫ କରିଛି। ସେ ପାଖାପାଖି ୧୪ ମାସ ଧରି ଫେରାର ରହିବା ପରେ ପୋଲିସ କାବୁ କରିବାରେ ସଫଳ ହୋଇଛି ବୋଲି ଜୋନ୍-୬ ଏସିପି ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।…

ସଙ୍କାଟପନ୍ନ ଅବସ୍ଥାରେ ଅଛି ନାଟମଣ୍ଡପ ଓ ଜଗମୋହନ, ଆମିକସ କ୍ୟୁରିଙ୍କ ରିପୋର୍ଟ ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଏନ୍ କେ ମହାନ୍ତି, ରାଜ୍ୟର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)କୁ ଚେତାବନୀ ଦେଇଛନ୍ତି ଯେ ନାଟ ମଣ୍ଡପ ଓ ଜଗମୋହନ ସଙ୍କଟାପନ୍ନ ଅବସ୍ଥାରେ ରହିଛି ଏବଂ…

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବୁଧବାର, ୧୬ ଅଗଷ୍ଟ, ୨୦୨୩ ଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ପୁରୀ ଓ ଭୁବନେଶ୍ୱର ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର…

ରାଜଧାନୀ ଉପକଣ୍ଠରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଭରତପୁର ପୁଲିସ ସୀମା ଅନ୍ତର୍ଗତ ଖଣ୍ଡଗିରି ବରୀ ଅଞ୍ଚଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ତାଙ୍କ ସାନ ପୁଅ ଓ ବୋହୂଙ୍କ ସହ ଖଣ୍ଡଗିରି ବରୀ…

ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା । ଏହି ଉଦଘାଟନ ସମୟରେ ସଂସଦୀୟ ବ୍ୟାପାର ଓ…

ଦୁନିଆର ସବୁଠୁ ଛୋଟ ହ୍ୟାଣ୍ଡବ୍ୟାଗ୍‌, ବିକ୍ରି ହେଲା ୫୧.୬ ଲକ୍ଷରେ

ନ୍ୟୁୟର୍କ: ସାଧାରଣତଃ ପ୍ରତ୍ୟେକ ମହିଳା ହ୍ୟାଣ୍ଡବ୍ୟାଗ୍ ଧରିବାକୁ ପସନ୍ଦ କରିଥାନ୍ତି । କାରଣ ମହିଳାମାନେ ତା ଭିତରେ ମେକ୍‌ଅପ୍ ସାମଗ୍ରୀଠୁ ଆରମ୍ଭ କରି ଯେତେ ସବୁ ଆବଶ୍ୟକୀୟ ଜିନିଷ ରଖିଥାନ୍ତି । ସେଥିଲାଗି ସେମାନେ ବିଭିନ୍ନ ଦାମୀ କମ୍ପାନୀର ବ୍ୟାଗ୍ ଧରିଥାନ୍ତି । କିନ୍ତୁ ଏବେ ଏକ…

ଯୁଦ୍ଧରେ ଦୁଇ ଗୋଡ କଟିଲା, ଚାକିରି ବି ଗଲା, ଏବେ କିନ୍ତୁ ପାଲଟିଗଲେ ସୁପରଷ୍ଟାର

ୟୁକ୍ରେନ: ଏହା ଭିତରେ ଋଷ-ୟୁକ୍ରେନ ଯୁଦ୍ଧ ଦେଢ ବର୍ଷ ଟପିଲାଣି । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି । ଋଷ ତୁଳନାରେ ୟୁକ୍ରେନ ଦେଶ ଯୁଦ୍ଧରେ ଅଧିକ କ୍ଷତି ସହିଲାଣି । ୟୁକ୍ରେନର ସଂଖ୍ୟାଧିକ ଲୋକ ଦେଶ ଛାଡ଼ି ପଳାଇ ଯାଇଥିବା ବେଳେ ମୋଟାମୋଟି ଭାବେ ୟୁକ୍ରେନରେ ଏବେ କେବଳ ଯୁଦ୍ଧ…

ଗାଁର ପରିଚୟ ଦେବାକୁ ସଙ୍କୋଚ ମନେ କରନ୍ତି ଲୋକେ, କାରଣ ଜାଣନ୍ତୁ

ସ୍ୱଡ଼େନ୍‌: ଯିଏ ଯେତେ ବଡ଼ ସହରରେ ରହୁ ନା କାହିଁକି , ନିଜ ଭିଟାମାଟିକୁ ସବୁବେଳେ ମନେ ପକାଇଥାନ୍ତି । ଗାଁର ପାଣିପବନ, ପରିବେଶ, ଚାଲିଚଳନ,ସଂସ୍କୃତି, ପରମ୍ପରା ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ସମସ୍ତେ ନିଜ ନିଜ ଗାଁକୁ ନେଇ ଗର୍ବ କରିଥାନ୍ତି । କିନ୍ତୁ ସ୍ୱିଡେନରେ ଏମିତି ଏକ ଗାଁ ଅଛି,…