Latest Odisha News

BREAKING NEWS

ପରିବହନ ନିଗମକୁ ରାଜ୍ୟ ମହିଳା ଆୟୋଗଙ୍କ ତାଗିଦ: ବସରେ ପ୍ରଥମ ମହିଳା ଯାତ୍ରୀ ବାରଣ ପ୍ରଥା ବନ୍ଦ କରାଯାଉ

ଭୁବନେଶ୍ୱର:ବସର ପ୍ରଥମ ଯାତ୍ରୀ ଯଦି ମହିଳା ହୋଇଥାନ୍ତି ତେବେ ତାଙ୍କୁ ଉଠିବାକୁ ଦିଆ ଯାଇ ନ ଥାଏ । ଜଣେ ବା ଦୁଇଜଣ ପୁରୁଷ ଯାତ୍ରୀ ଉଠିବା ପରେ ମହିଳାଙ୍କୁ ଉଠିବା ପାଇଁ ଅନୁମତି ମିଳିଥାଏ ।  ଏପରି ସ୍ଥିତି ପ୍ରତିଦିନ  ବସଷ୍ଟାଣ୍ଡରେ ଦେଖିବାକୁ ମିଳିଥାଏ ।  ଅନେକ ମହିଳାଙ୍କୁ ଏପରି…

ଇନଷ୍ଟାଗ୍ରାମରେ ରିଲ୍ ପୋଷ୍ଟର କେଇ ମିନିଟ୍ ପରେ ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

ବ୍ରହ୍ମପୁର: କେଇ ମିନିଟରେ ମିଳେଇଗଲା ଖୁସି । ସୋସିଆଲ୍ ମିଡିଆରେ ରିଲ୍ ଅପଲୋଡର କେଇ ମୁହୂର୍ତ୍ତରେ ଜଣେ ଯବାନଙ୍କ ଜୀବନ ଚାଲି ଯାଇଛି । ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ବିଏସଏଫ୍ ଯବାନ । ମୃତ ଯବାନ ଜଣଙ୍କ ଗଞ୍ଜାମ ଜିଲ୍ଲା କୁସରବାର ଜିତେନ୍ଦ୍ର କୁମାର ପାଢ଼ୀ । ୨୫ ବର୍ଷର ଜିତେନ୍ଦ୍ର…

ମୋବାଇଲରୁ ଲିକ୍ ହେଉଛି କି ବ୍ୟକ୍ତିଗତ ତଥ୍ୟ ? ଏଡ଼ାଇବାକୁ ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ସୂଚନା କ୍ରାନ୍ତିର ସମୟ ଚାଲିଛି। ଏହି ଯୁଗରେ ସୂଚନା ହେଉଛି ସବୁଠାରୁ ବଡ ଅସ୍ତ୍ର। ସେଥିପାଇଁ ଶତ୍ରୁ ବର୍ତ୍ତମାନ ସୂଚନା ବିପ୍ଳବର ଏହି ଅସ୍ତ୍ର ଉପରେ ନଜର ରଖିଛି। କିନ୍ତୁ ଏହି କୌଶଳ ସହିତ ଶତ୍ରୁ କିପରି ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିପାରୁଛି…

୩୦୦୦ କାର ନେଇ ଯାଉଥିବା ମାଲବାହୀ ଜାହାଜରେ ଅଗ୍ନିକାଣ୍ଡ: ଜଣେ ଭାରତୀୟ ମୃତ, ୨୦ ଗୁରୁତର

ନୂଆଦିଲ୍ଲୀ: ବୁଧବାର ଉତ୍ତର ସାଗରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନେଦରଲ୍ୟାଣ୍ଡସ ଉପକୂଳରେ ପ୍ରାୟ ୩୦୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ଲାଗିଲା ନିଆଁ। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଜଣେ ଭାରତୀୟ କୃ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି।…

ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏ ସହିଦ ସପ୍ତାହ ପାଳନ ନେଇ ମାଓବାଦୀ ଲଗାଇଲେ ପୋଷ୍ଟର

ରାୟଗଡ଼ା: ଆସନ୍ତାକାଲି ଠାରୁ ସହିଦ ସପ୍ତାହ ନେଇ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ଼ ଅନ୍ତର୍ଗତ ପାରସାଲିରେ ତିନିଟି ପୋଷ୍ଟର ଓ ଗୋଟିଏ ବ୍ୟାନର ଲଗାଇଛି ଲାଲବାହିନୀ । ସିପିଆଇ ମାଓବାଦୀ ବାଂଶଧରା ଘୁମୁସର ନାଗାବଳୀ…

କାଶ୍ମୀରରେ ନିର୍ବାଚନ ଲଢିବାକୁ ବିଜେପି ଡରୁଛି: କେନ୍ଦ୍ର ଉପରେ ବର୍ଷିଲେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବିଜେପି ଉପରେ ଆକ୍ରମଣ ଜାରି ରଖିଛି ବିରୋଧୀ ଦଳ। ନ୍ୟାସନାଲ କନଫରେନ୍ସ ମଧ୍ୟ ଲଗାତର ବିଜେପିକୁ ଟାର୍ଗେଟ କରୁଛି। ବୁଧବାର ଏନସି ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ରାଜ୍ୟରେ ବେକାରୀ…

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ, ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ଵର: ରାଜ୍ୟର ସକ୍ରିୟ ରହିଛି ମୌସୁମୀ । ଆଉ ସେପଟେ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ଦୁର୍ବଳ ହୋଇଛି । ରାଜ୍ୟରେ ଆହୁରି ୫ ଦିନ ଯାଏଁ ବର୍ଷା ଲାଗି ରହିପାରେ । ଆଜି ପ୍ରବଳ ବର୍ଷା ପାଇଁ ଓଡ଼ିଶାର ୭ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଭୁବନେଶ୍ଵର ସ୍ଥିତ…

ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା, ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢାଉ

ପାଟନା: ବିହାର ବ୍ରିଜ ନିର୍ମାଣ ନିଗମର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ବାହାରିଲା ସୁଟେକଶ ଭର୍ତ୍ତି ନୋଟ୍‌। ଗତ କିଛି ଦିନ ତଳେ ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ବ୍ରିଜ ଦୁଇ ଥର ଭୁଶୁଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ମାତ୍ର ଏହି ବ୍ରିଜ ନିର୍ମାଣ କରିଥିବା…

ରଙ୍ଗ ସାଜିଲା ବାଧକ; ସବୁ ଯୋଗ୍ୟତା ଥାଇ ବି ଗୋରା ବୋଲି ମିଳିଲାନି ଚାକିରି

ନୂଆଦିଲ୍ଲୀ: ଯୁଗ ଆଗକୁ ବଢିଛି । ମଣିଷ ଚନ୍ଦ୍ରରେ ଜାଗା କିଣିଲାଣି । ଅନ୍ୟଗ୍ରହରେ ବସତି ସନ୍ଧାନ କଲାଣି । ହେଲେ ଅନ୍ଧବିଶ୍ୱାସରୁ ମୁକୁଳି ପାରୁନି ମଣିଷ । ସେଦିନର କଳାଗୋରା ଭେଦଭାବ ଏବେ ବି ମନରୁ ଲିଭିନି  ଯାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ  । ପ୍ରତୀକ୍ଷା…

ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି ପରେ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ଜଗତସିଂହପୁର: ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି କରିବା ପରେ ଜୀବନ ହାରିଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଥାନା ଅନ୍ତର୍ଗତ ଗଲୁପଡ଼ା ଗାଁରେ । ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ପରେ ପୋଲିସକୁ ସୁଇସାଇଡ୍ ନୋଟ୍ ମିଳିଛି । ମୃତକ ହେଉଛନ୍ତି ସ୍କୁଲ୍ ଶିକ୍ଷକ ପ୍ରକାଶ…