Latest Odisha News

BREAKING NEWS

୫ଟି ସ୍କୁଲ୍ ଛାତରୁ ପ୍ଲାଷ୍ଟର ଖସି ୩ ଶିକ୍ଷକଙ୍କ ଓ ଅନ୍ୟ ଜଣେ ଆହତ

ପୁରୀ: ୫ଟି ଅଧିନରେ ରୂପାନ୍ତିରତ ହୋଇଥିବା ସ୍କୁଲ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିବା ଫଳରେ ୪ ଜଣ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗର ତାଳଦା ଏଡ଼ବାଂଶ ପଢ଼ିଆରୀ ହାଇସ୍କୁଲରେ ଏହି ଅଘଟଣ ଘଟିଛି । ଷ୍ଟାଫ୍ କମନ ରୁମରେ ମିଟିଂ ଚାଲିଥିବା ବେଳେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିଥିଲା ।…

ମହିଳାଙ୍କ ଟାଟୁ ନିଶା: ପ୍ରତିଦିନ ଶୋଇବା ପୂର୍ବରୁ ତାଙ୍କ ଶରୀରରେ ପ୍ରେମିକ କରନ୍ତି ଟାଟୁ

ବ୍ରିଟେନ: ଆଜିକାଲି ଯୁବପୀଢିଙ୍କ ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ପାଲଟି ଯାଇଛି । କିନ୍ତୁ ବିଟ୍ରେନର ଜଣେ ମହିଳାଙ୍କ ପାଇଁ ଟାଟୁ କରିବା ଏକ ପ୍ରକାରର ନିଶା ପାଲଟିଯାଇଛି । ସେ ଏତେଗୁଡ଼ିଏ ଟାଟୁ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଶରୀରରେ ଶହ ଶହ ଟାଟୁ ରହିଛି । ୪୬…

ଭାଇରାଲ ହେଉଛି ସାମନ୍ଥାଙ୍କ ଧ୍ୟାନ ଫଟୋ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ କିଛି ଦିନ ତଳେ ଫିଲ୍ମରୁ ସାମୟିକ ଭାବେ ବ୍ରେକ ନେବେ ବୋଲି ଘୋଷଣା କରିଥିଲେ । ସିଟାଡେଲର ଶୁଟିଂ ଶେଷ ହେବା ପରେ ସେ କହିଥିଲେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ମୁଁ କିଛି ଦିନ ପାଇଁ ଏଥିରୁ ଦୂରେଇ ରହିବି ବୋଲି…

ଅହମ୍ମଦାବାଦରେ ଆୟୋଜିତ ହୋଇପାରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା

ଅହମ୍ମଦାବାଦ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନରୁ ଅଷ୍ଟ୍ରେଲିଆ ଓହରି ଯାଇଛି । ରିପୋର୍ଟ ମୁତାବକ ଭାରତୀୟ ଅଲିମ୍ପିକ କମିଟି ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ଏହି ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ବିଡ ଦାଖଲ କରିପାରିବା ପାଇଁ ଯୋଜନା କରାଯାଉଛି । ଯଦି ଏହା ହୁଏ ତାହାହେଲେ ଦ୍ୱିତୀୟ…

ବିରୋଧୀଙ୍କ ବୈଠକରେ ଆଇଏଏସଙ୍କ କାମ କଣ?

ଭୁବନେଶ୍ୱର: ବିରୋଧୀ ଏକତା ବୈଠକ ଦେଶର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ନୂଆ ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ଦେଇ ବିରୋଧୀ ଏକ ବଡ଼ କାର୍ଡ ଖେଳିଛନ୍ତି। କିନ୍ତୁ ବିରୋଧୀ ମେଣ୍ଟର ନାଁ ଦେବାଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସମେତ ଅନ୍ୟ କିଛି ଦଳ ବିରୋଧୀଙ୍କୁ…

ଆଲିଆଙ୍କୁ ଆଲିଙ୍ଗନ କର, ମୋତେ କାନଫୁଲ ଦିଅ : ଏମିତି କହିଲେ ରଣବୀର

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏବେ ରଣବୀର ଓ ଆଲିଆ ସେମାନଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଫିଲ୍ମର ଗୀତଗୁଡ଼ିକ ରିଲିଜ ହୋଇଯାଇଛି । ଏହି…

ବିରୋଧୀଙ୍କ ପାଇଁ ମୋଦିଙ୍କ ପ୍ରଚାର!

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ ନେଇ ଯେତିକି ଚର୍ଚ୍ଚା ଓ ବିବାଦ ନାହିଁ ବିରୋଧୀ ମେଣ୍ଟର ନୂଆ ନାଁ ଇଣ୍ଡିଆକୁ ନେଇ ସେତିକି ଅଧିକ ଚର୍ଚ୍ଚା ହେଉଛି। ଇଣ୍ଡିଆ ନାଁ କୁ ନେଇ ବିରୋଧୀ ଦଳ ଗୁଡିକ ବେଶ ଆଶାବାଦୀ। ଏହି ନାଁ କୁ ନେଇ ଦେଶରେ ଏକ ବଡ଼ ମାହୋଲ ତିଆରି ହୋଇପାରିବ ବୋଲି ଆଶା ରଖିଛନ୍ତି…

ଏମିତି ଗାଁ, ଯେଉଁଠି ଲୋକେ ଠେଙ୍ଗାବାଡ଼ି ଧରି ଅତିଥିଙ୍କୁ ସ୍ୱାଗତ କରନ୍ତି, କାରଣ ଜାଣିଲେ ହେବେ ଚକିତ

ବିହାର: ଭାରତୀୟ ସଂସ୍କୃତିରେ ଯଦି ଆପଣଙ୍କ କାହା ଘରକୁ ଯାଆନ୍ତି, ସେଠାରେ ସେମାନେ ଆପଣଙ୍କୁ ଖୁସିରେ କବାଟ ଖୋଲି ସ୍ୱାଗତ କରନ୍ତି । କିନ୍ତୁ ବିହାରରେ ଏମିତି ଏକ ଗାଁ ଅଛି, ଯେଉଁଠିକି ଆପଣ ଯିବେ, ଏଠାକାର ଲୋକମାନେ ଆପଣଙ୍କୁ ହାତରେ ଠେଙ୍ଗାବାଡ଼ି ଧରି ସ୍ୱାଗତ କରିିବେ । ଏବେ ଏହି ଗାଁକୁ…

ସମ ହସ୍ପିଟାଲ୍‌ରେ ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗରେ ବୁଧବାର ଏକ ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ ଉଦ୍‌ଘାଟିତ ହୋଇଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍…

ମୁକୁଳା ଡ୍ରେନରେ ଖସି ପଡ଼ି ଚାଲିଗଲା ସଫେଇ କର୍ମଚାରୀଙ୍କ ଜୀବନ

କଟକ: ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍ । କଟକ ସହରରେ ମୁକୁଳା ଡ୍ରେନରେ ପଡ଼ି ଆଉ ଜଣଙ୍କ ଜୀବନ ଯାଇଛି । କଟକର ବରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତ ୪ ଦିନ ତଳେ ମୁକୁଳା ଡ୍ରେନରେ ଖସି ପଡ଼ି କଟକ ସହରରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା । ସପ୍ତାହକ…