କବିତା : ଘୋଷଯାତ୍ରା ପାଇଁ ଆଶା
ରମେଶ ରଥ
ରଥପରେ ତୋତେ ଦେଖିବି ବୋଲିରେ
କେତେ କରିଥିଲି ଆଶା,
ସବୁ ଆଶା ମୋର ହୋଇଲା ନିରାଶା
ପଡ଼ିଲାକି ଶନି ଦଶା।।
ବରଷକେ ଥରେ ଆସୁ ରଥପରେ
ପତିତ ଉଦ୍ଧାର ପାଇଁ,
ହେଲେ ଏ ବରଷ କିମ୍ପାଇଁ ନିରାଶ
କରିଲୁ ଜଗତ ସାଇଁ।।
ଅନାଥର ନାଥ ତୁମ୍ଭେ ଜଗନ୍ନାଥ
ଭକତର ଭାବଗ୍ରାହି
ତୋ ରଥ…