Latest Odisha News

BREAKING NEWS

କ୍ରାଶ ହୋଇଗଲା ଉତର କୋରିଆର ସ୍ପାଇ ସାଟେଲାଇଟ

ନୂଆଦିଲ୍ଲୀ: ଉତର କୋରିଆ ନିକଟରେ ସ୍ପାଇ ସାଟେଲାଇଟ ଲଂଚ କରିଥିଲା । ଚୋଲିମା-୧ ନାମକ ଏହି ସାଟେଲାଇଟ କିନ୍ତୁ ଲଂଚ ହେବାର କିଛି ସମୟ ପରେ କ୍ରାଶ ହୋଇ ଯାଇଥିଲା । ରକେଟର ଇଂଜିନରେ ତ୍ରୁଟି ରହିବା ସହ ଫୁଏଲ ସିଷ୍ଟମ ଠିକ ନ ଥିଲା । ଲଂଚ ହେବାର ଦ୍ୱିତୀୟ ଚରଣ ପରେ ସାଟେଲାଇଟର ବେଗ କମି ଯାଇଥିଲା…

ବିଜେପିର ‘ଜନସମ୍ପର୍କ ଅଭିଯାନ’, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ମାସେ ବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିବ । ଆଉ ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ଓଡ଼ିଶା…

କମ୍ପାନୀର ଅଜବ ନିୟମ: ଏକତ୍ର ଗର୍ଭବତୀ ହୋଇପାରିବେ ନାହିଁ ମହିଳା କର୍ମଚାରୀ

ଚୀନ୍‌: କୌଣସି କମ୍ପାନୀ ତାର କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିବା କେବେ ଦେଖିଛନ୍ତି ? କିନ୍ତୁ ଚୀନ୍‌ର ଏକ କମ୍ପାନୀ ଯିଏ କିି ମହିଳା କର୍ମଚାରୀମାନଙ୍କୁ ସେମାନଙ୍କର ପରିବାର ଯୋଜନା କେବେ କରିବେ ସେନେଇ ପରାମର୍ଶ ଦେଇଥାଏ । ଯାହା ଦ୍ୱାରା ସେମାନଙ୍କର କମ୍ପାନୀ…

ଜ୍ଞାନବ୍ୟାପି ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକା: ଶୃଙ୍ଗାର ଗୌରୀ ପୂଜା ଦାବି ଶୁଣାଣି ପାଇଁ ମିଳିଲା ଅନୁମତି

ପ୍ରୟାଗରାଜ: ଜ୍ଞାନବ୍ୟାପୀ ମସଜିଦରେ ଥିବା ଶୃଙ୍ଗାର ଗୌରୀ ପୂଜା ମାମଲାରେ ଆଲାହାବାଦ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ପକ୍ଷରୁ ଆଗତ ଏକ ମାମଲାକୁ ଖାରଜ କରି ଦେଇଛନ୍ତି । କମିଟି ପକ୍ଷରୁ ମସଜିଦ ପରିସରରେ ପୂଜା…

ପିସିବିକୁ ଆଇସିସିର ପ୍ରଶ୍ନ, ବିଶ୍ୱକପ ଖେଳିବ କି ନାହିଁ ?

ଲାହୋର: ଭାରତରେ ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଖେଳିବା ନେଇ ସ୍ପଷ୍ଟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପାକିସ୍ତାନ କ୍ରିକେଟ ବୋର୍ଡକୁ କହିଛି । ଏଥିପାଇଁ ଆଇସିସି ଅଧ୍ୟକ୍ଷ ଗ୍ରେଗ ୱାର୍କଲ ଓ ସିଇଓ ଜ୍ୟେଫ ଏଲର୍ଡିସ ଲାହୋର ଆସିଛନ୍ତି । ପିସିବି ଅଧ୍ୟକ୍ଷ ନଜମ ସେଠୀ…

ରେଜଲ୍ଟ ଶୁଣି ତିନି ମହଲାରୁ ଡେଇଁ ପଡିଲେ ଯୁକ୍ତ ଦୁଇ ଛାତ୍ରୀ

ବାଲେଶ୍ୱର:ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ପରେ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଯୁକ୍ତ ଦୁଇ ସାଇନ୍ସରେ ୨ଶ୍ରେଣୀରେ ପାସ କରିଥିବା ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରୀକ୍ଷା ଫଳ ଜାଣିବା ପରେ ଛାତ୍ରୀ ଜଣକ ନିଜ ଘରର ତିନି ମହଲା ଛାତରୁ ଡେଇଁ ପଡିଛନ୍ତି । ଘଟଣା ଘଟିଛି…

ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷ ଅର୍ଥାତ ୨୦୨୪-୨୫ ଶିକ୍ଷା ବର୍ଷରୁ  ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟବସ୍ତୁକୁ ସ୍ଥାନିତ କରାଯିବ । ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ।ଏମିତି ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ ଶ୍ରୀ…

ରେସଲରଙ୍କ ଉପରେ ବର୍ଷିଲେ ବ୍ରିଜଭୂଷଣ: କହିଲେ, ଗଙ୍ଗାରେ ମେଡାଲ ଭସାଇଲେ କିଛି ମିଳିବନି; ପୋଲିସକୁ ପ୍ରମାଣ ଦିଅ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ମେଡାଲ ଫିଙ୍ଗିବେ ବୋଲି  ରେସଲରମାନେ ଗତକାଲି ଚେତାବନୀ ଦେବାପରେ ଏହାର ଜବାବ ରଖିଛନ୍ତି ବ୍ରିଜ ଭୂଷଣ ।  ରେସଲରଙ୍କ ଉପରେ ବର୍ଷିବା ସହ ବ୍ରିଜ ଭୂଷଣ କହିଛନ୍ତି, ଗଙ୍ଗାରେ…

ଗାଧୋଇବା ବେଳେ କେନାଲରେ ବୁଡ଼ି ୨ ନାବାଳକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗୁରୁଜାଙ୍ଗ ଗାଁ ଦେଇ ଯାଇଥିବା ସମଲ୍ ବ୍ୟାରେଜର ଦକ୍ଷିଣ ଶାଖା କେନାଲରେ ବୁଡ଼ି ଯାଇ ସେହି ଗାଁର ୨ ନାବାଳକ ପ୍ରାଣ ହରାଇଛନ୍ତି ।…

ଲାଞ୍ଚ ନେବାବେଳେ ଆକାଉଣ୍ଟାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ବିଭାଗ ବରିଷ୍ଠ ଆକାଉଣ୍ଟାଣ୍ଟ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି । ଅବସରକାଳୀନ ଭତ୍ତା ସହ ସମସ୍ତ କାଗଜପତ୍ର କରିଦେବାପାଇଁ ସେ ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ ।…