Latest Odisha News

BREAKING NEWS

ସାବଧାନ ମୋବାଇଲ ୟୁଜର; ଆପଣଙ୍କ ଫୋନରୁ ଗୁପ୍ତତଥ୍ୟ ଚୋରୀ ହେଉଥାଇ ପାରେ !

ଭୁବନେଶ୍ୱର: ଆଜିର ଡିଜିଟାଲ ଯୁଗରେ ସମସ୍ତେ ପ୍ରାୟ ମୋବାଇଲ ଉପରେ ନିର୍ଭରଶୀଳ । ଖାଲି କଥା ହେବାରେ ସୀମିତ ନଥିବା ମୋବାଇଲରେ ମନି ଟ୍ରାଞ୍ଜାକ୍ସନ୍, ସୋସିଆଲ ମିଡିଆ, ଇ-ମେଲ, ବ୍ୟାଙ୍କ ତଥ୍ୟ ଆଦି ସବୁ କାମ ଏକ କ୍ଲିକରେ ।

ତେବେ କଣ ଆପଣ ଜାଣନ୍ତି ଫୋନରୁ ଗୁପ୍ତତଥ୍ୟ ଚୋରାଇବାକୁ ଏବେ ହାଇଟେକ କୌଶଳ ଆପଣାଉଛନ୍ତି ହ୍ୟାକର୍ସ।

ଫୋନରେ ଚାର୍ଜ ସରିଲା ମାତ୍ରେ ଚାର୍ଜ କରିବାକୁ ଲୋକେ ବ୍ୟସ୍ତ ହୋଇପଡନ୍ତି । ଅନେକ ଥର ଏଭଳି ହୋଇଥାଏ କି ଯାତାୟତ ସମୟରେ ଏୟାରପୋର୍ଟ, ରେଳ ଷ୍ଟେସନ , ଟ୍ରେନ କିମ୍ବା ହୋଟେଲ ଆଦି ସର୍ବସାଧାରଣ ସ୍ଥାନରେ ଫୋନ୍ ଚାର୍ଜ କରିବାର ଆବଶ୍ୟକତା ପଡ଼ିଥାଏ ।

ସର୍ବସାଧାରଣରେ ଫୋନ୍ ଚାର୍ଜ କରିବା ଦ୍ୱାରା ହ୍ୟାକର୍ସମାନେ ଆପଣଙ୍କ ମୋବାଇଲରୁ ଗୋପନୀୟ ତଥ୍ୟ ସଂଗ୍ରହ କରିନେବେ । ଯେପରିକି ଆପଣଙ୍କ ବ୍ୟାଙ୍କ ତଥ୍ୟ , ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେବେ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଟ୍ୱିଟ ଯୋଗେ ଲୋକମାନଙ୍କୁ ସାବଧାନ ହେବାକୁ ପରାମର୍ଶ ଦେଇଛି ।

ବ୍ୟାଙ୍କ କହିଛି, “କୌଣସି ସର୍ବସାଧରଣ (ପବ୍ଲିକ ପ୍ଲେସ )ରେ ଫୋନ ଚାର୍ଜ କରିବା ଦ୍ୱାରା ଆପଣ ହ୍ୟାକର୍ସ ମାନଙ୍କୁ ସୁଯୋଗ ଦେଉଛନ୍ତି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିବା ପାଇଁ ।

ଫୋନରେ ଥିବା ବ୍ୟାଙ୍କ ତଥ୍ୟ , ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେଇ ଯାଇପାରନ୍ତି । ଏୟାରପୋର୍ଟ, ରେଳ ଷ୍ଟେସନ , ଟ୍ରେନ କିମ୍ବା ହୋଟେଲରେ ଫୋନ୍ ଚାର୍ଜ କରନ୍ତୁ ନାହିଁ” 

ଜରୁରୀକାଳୀନ ପରିସ୍ଥିତି ପାଇଁ ଫୋନକୁ ଭଲଭାବରେ ଚାର୍ଜ କରିବା ସହ ସାଙ୍ଗରେ ପାୱାର ବ୍ୟାଙ୍କ ନେଇ ଯିବାକୁ ବ୍ୟାଙ୍କ ଏହି ଟ୍ୱିଟରେ ପରାମର୍ଶ ଦେଇଛି

Leave A Reply

Your email address will not be published.