Latest Odisha News

BREAKING NEWS

ମେ’ ୩୧ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ମେ’ ୩୧ ତାରିଖ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ ଅନଲାଇନ୍‌ରେ ସେଲ୍ଫ ଆପ୍ରେଜାଲ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ । ସେମାନେ କେତେ କାମ କରୁଛନ୍ତି, ସେସବୁର ସମ୍ପୂର୍ଣ୍ଣ ଭାବେ ହିସାବ ନିକାଶ ହେବ ।

ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଥିବା ବେଳେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଜୁଲାଇ ୩୧ ତାରିଖ ସୁଦ୍ଧା କର୍ମଚାରୀ ଦେଇଥିବା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ଉପରେ ମନ୍ତବ୍ୟ ଦେବେ ତାଙ୍କର ରିପୋର୍ଟିଂ ଅଥରିଟି । କର୍ମଚାରୀ ଠିକ୍ ଲେଖିଛନ୍ତି କି ନାହିଁ, ସେ ନେଇ ଅନଲାଇନ୍‌ରେ ମତ ରଖିବେ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଚୂଡାନ୍ତ ଅଧିକାରୀ ମତ ଦେବେ । ପୂର୍ବରୁ ଚଳିତ ମାସ ୧୫ ତାରିଖରେ ଏ ନେଇ ସମସ୍ତ ଜିଲ୍ଲାପାଳ, ଆର୍ଡିସି ସମେତ ବିଭାଗୀୟ ଅଧିକାରୀଙ୍କୁ ଚିଠି ଜରିଆରେ ଆବଶ୍ୟକ ପଦକ୍ଷେପ ନେବା ବାବଦରେ ସୂଚିତ କରାଯାଇଥିଲା ।

Leave A Reply

Your email address will not be published.