Latest Odisha News

କେବଳ ପାଟଦଣ୍ଡୁଆଙ୍କୁ ନେଇ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ଦଣ୍ଡନାଚ ଅନୁମତି ଦେବେ ତହସିଲଦାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ନେଇ ଜାରି ହୋଇଛି କୋଭିଡ୍ ଗାଇଡଲାଇନ୍ । କେବଳ ପାଟଦଣ୍ଡୁଆଙ୍କୁ ନେଇ ଦଣ୍ଡଯାତ୍ରା ଆୟୋଜନ ହେବ । ଦୁଇ ଶହ ଲୋକଙ୍କ ଭିତରେ ଦଣ୍ଡଯାତ୍ରା ପାଳନ କରାଯିବ । ମାସ୍କ ନଥିଲେ ମନ୍ଦିର ଭିତରେ ପ୍ରବେଶ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଲାଗିଛି କଟକଣା । ଦଣ୍ଡନାଚ ପାଇଁ ସ୍ଥାନୀୟ ତହସିଲଦାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ ।

ଦଣ୍ଡଯାତ୍ରାରେ ବାହାର ଜିଲ୍ଲା ଓ ଅନ୍ୟ ରାଜ୍ୟର ଲୋକଙ୍କୁ ସାମିଲ କରାଯିବ ନାହିଁ । ବୟସ୍କ, ଗର୍ଭବତୀ ମହିଳା ଓ ଶିଶୁ ମନ୍ଦିରକୁ ଯାଇ ପାରିବେ ନାହିଁ । ଦଣ୍ଡଯାତ୍ରାରେ ଅନ୍ନ ପ୍ରସାଦ ବଣ୍ଟନ କରିବାକୁ ବାରଣ କରିଛି ପ୍ରଶାସନ । ଗଞ୍ଜମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ହୋଇଛି । ଗତବର୍ଷ କୋଭିଡ୍ ପାଇଁ ଗଞ୍ଜାମର ଦଣ୍ତଯାତ୍ରା ବନ୍ଦ ରହିଥିଲା ।

Leave A Reply

Your email address will not be published.