Latest Odisha News

BREAKING NEWS

ରଣବୀର କପୁର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଦୈନିକ କରୋନା ମାମଲାରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଏଥିପାଇଁ ସରକାର ପର୍ଯ୍ୟାୟକ୍ରମେ ଟିକା ବିକଶିତ ଦିଗରେ ଧ୍ୟାନ ଦେଉଥିବା ବେଳେ ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି ପ୍ରୋଟୋକଲ ଅନୁସରଣ କରିବାକୁ ପରାମର୍ଶ ଦେଉଛନ୍ତି। ଏହା ମଧ୍ୟରେ ଅଭିନେତା ରଣବୀର କପୁର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଏହାପୂର୍ବରୁ ରଣବୀର କପୁରଙ୍କ ମା ’ନୀତୁ କପୁର ମଧ୍ୟ କରୋନା ଆକ୍ରାନ୍ତ ସେଥିରୁ ଆରୋଗ୍ୟ ଲାଭ କରିଛନ୍ତି।ରଣବୀର କପୁର ଏବେ ସଙ୍ଗରୋଧରେ ରହିଛନ୍ତି ଏବଂ ବିଶ୍ରାମ ନେଉଥିବା ସୂଚନା ମିଳିଛି।

Leave A Reply

Your email address will not be published.