Latest Odisha News

ଗୁରୁକୂଳ ଉତ୍ସବ ୨୦୨୩ ଉଦଯାପିତ

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଆୟୋଜିତ ଗୁରୁକୁଳ ଉତ୍ସବ-୨୦୨୩ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ଏହି ଗୁରୁକୂଳ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ଗୁରୁ ଅରୁଣା ମହାନ୍ତି ଏବଂ ଗୁରୁ ବିଜୟ କୁମାର ଜେନା ଅତିଥି ଭାବରେ ଯୋଗ ଦେଇଥିଲେ । ଗୁରୁକୂଳର ସଚିବ ଗୁରୁ ହିମାଂଶୁ ଶେଖର ସ୍ୱାଇଁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ସହ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଗୁରୁକୁଳ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ତୁଳସୀ ଦାସ ବିରଚିତ ରୁଦ୍ରାଷ୍ଟକ ପରିବେଷଣ ହୋଇଥିଲା l ପରେ ପରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।

ଅନ୍ତିମ ସନ୍ଧ୍ୟାର ପ୍ରଥମ ପରିବେଷଣ ଥିଲା ସିତାର ବାଦନ ଯାହାକୁ ପରିବେଷଣ କରିଥଲେ ଗୁରୁ ରବିଶଙ୍କର ପ୍ରଧାନ ଏବଂ ସାଥୀ। ପରେ ପରେ ଗୁରୁକୁଳର ବିଦ୍ୟାର୍ଥୀମାନଙ୍କ ଦ୍ବାରା ଟ୍ରିପଟା ତାଳରେ ପରିବେଷଣ ହୋଇଥିଲା ବୃନ୍ଦ ମର୍ଦ୍ଦଳ ବାଦନ ଯାହାକୁ ଗୁରୁ ଧନେଶ୍ଵର ସ୍ୱାଇଁ ସଂଯୋଜନା କରିଥଲେ। ସରିତା ମିଶ୍ର ଙ୍କ ଏକକ ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ପରିଶେଷରେ ଭୁବନେଶ୍ୱରର କ୍ରିଏଟିଭ ମାସ ଦ୍ବାରା ନୃତ୍ୟ ନାଟିକା ଏଇ ଆମରି ଗାଁ ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ପରିଚାଳନା କରିଥିଲେ।

Leave A Reply

Your email address will not be published.