Latest Odisha News

BREAKING NEWS

ସମଲେଶ୍ବରୀ ମନ୍ଦିରକୁ ପାନ ଗୁଟୁଖା ମନା, ଖୁବଶୀଘ୍ର ଲାଗିବ କଟକଣା

ସମ୍ବଲପୁର: ମନ୍ଦିରର ସ୍ବଚ୍ଛତାକୁ ନେଇ ଏବେ ତତ୍ପରତା ଦେଖାଇଛନ୍ତି ରାଜ୍ୟସରକାର । ପ୍ରଥମେ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ପରେ ଏବେ ସମ୍ବଲପୁରର ମାଆ ସମଲେଶ୍ୱରୀ ମନ୍ଦିରକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ଚାଲିଛି ଅଭିଯାନ । ପୂର୍ବରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ପାନଗୁଟଖା ଉପରେ କଟକଣା ଲାଗିସାରିଥିବାବେଳେ, ଏବେ ସମଲେଶ୍ବରୀ ମନ୍ଦିରରେ ଏହା ଲାଗୁ ହେବାକୁ ଯାଉଛି । ମନ୍ଦିର କୁ ନେବା ତ ଦୂରର କଥା ଏହାକୁ ଖାଇ କି ମଧ୍ୟ କେହି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ।

ଖବର ମୁତାବକ, ପାନଗୁଟଖା ନେଇ କିମ୍ବା ଖାଇ ସମଲେଶ୍ୱରୀ ମନ୍ଦିରକୁ ଆଉ କେହି ପ୍ରବେଶ କରିପାରିବେ ନାହିଁ । ଖୁବଶୀଘ୍ର ନିୟମ ଆଣିବାକୁ ସମ୍ବଲେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । କାରଣ ପାନ ଗୁଟୁଖା ଖାଇ ଏଠି ସେଠି ଛେପ ପକାଇ ମନ୍ଦିର ପରବିଶେକୁ ନଷ୍ଟ କରାଯାଉଛି । ଯାହା ଫଳରେ ଭକ୍ତି ଭାବ ପରିବେଶରେ ଏକ ଅଶାନ୍ତି ବାତ୍ତାବରଣ ଦେଖିବାକୁ ମଳୁଛି । ଫଳରେ ଭକ୍ତ ଅସନ୍ତୋଷ ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଖାଲି ସେତିକି ନୁହେଁ ମନ୍ଦିର ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ମଧ୍ୟ ଯୋଜନା ରହିଛି । ସେନେଇ ପ୍ଲାଷ୍ଟିକ ବଦଳରେ ଫୁଲ ଓ ଭୋଗ ପାଇଁ କପଡା ବ୍ୟାଗ, କାଗଜ ଠୋଲା, ଚାଙ୍ଗୁଡି ଆଦିର ବ୍ୟବହାର କରିବାକୁ ମଧ୍ୟ ଭକ୍ତଙ୍କୁ ଅବଗତ କରାଯିବ ।

Leave A Reply

Your email address will not be published.