Latest Odisha News

BREAKING NEWS

ପୁରୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ: ବିଜେପିର ସିଦ୍ଧାନ୍ତ- ଯାହା କହିବୁ, ତାକୁ କରି ଦେଖାଇବୁ

ପୁରୀ: ପୁରୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଆୟୋଜିତ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିଛନ୍ତି ଗଡକାରୀ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ଗଡକାରୀ । ଏହାପରେ ସିଧା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବାସଗୃହକୁ ଯାଇଥିଲେ ନୀତିନ ଗଡକରୀ । ସେଠାରୁ ସିଧାସଳଖ କୃଷ୍ଣପ୍ରସାଦରେ ପହଞ୍ଚିଛନ୍ତି ଗଡକାରୀ ।

କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଜନସଭାକୁ ସମ୍ବୋଧିତ କରି ଆଜି ଜଗନ୍ନାଥଙ୍କୁ ଦର୍ଶନ ବେଳେ ଦେଶର ସୁଖ ଓ ସମୃଦ୍ଧ ପାଇଁ କାମନା କରିଛି ବୋଲି କହିଛନ୍ତି ଗଡକରୀ । ଓଡ଼ିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ତାକତ । ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ । ସେହିପରି ନଡ଼ାରୁ ବାୟୋ ସିଏନ୍‌ଜି ଉତ୍ପାଦନ ଆରମ୍ଭ ହୋଇଯାଇଛି । ଗାଁର କୃଷକ ଓ ଶ୍ରମିକଙ୍କ ଉନ୍ନତି ପାଇଁ ଆମେ ନିରନ୍ତର ଉଦ୍ୟମ କରୁଛୁ । ଆଗାମୀ ଦିନରେ ସବୁ ପ୍ରକାର ଯାନ ହାଇଡ୍ରୋଜେନରେ ଚାଲିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧାମରା ପୋର୍ଟ କନେକ୍ଟିଭିଟି, ପୁରୀ-ରାମେଶ୍ବର ୪ ଲେନ୍‌ ରାସ୍ତା ହେବ । କଟକରୁ ପାରାଦୀପ ୪ ଲେନ୍‌ ୨୩୭୦ କୋଟିରେ ନିର୍ମାଣ ହେବ । ସେହିପରି ୨ ଶହ କୋଟିରେ ପାରାଦୀପରେ ଏୟାରପୋର୍ଟ ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ରାୟପୁରରୁ ବିଶାଖାପାଟଣା ୬ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହେବ । ସେଥିରୁ ୨୪୦ କିଲୋମିଟର ଓଡ଼ିଶାରେ ହେବ ଯାହାର କାମ ଡିସେମ୍ବର ସୁଦ୍ଧା ସରିବ ବୋଲି କହିଛନ୍ତି ଗଡକରୀ । ସେହିପରି ରାଞ୍ଚିରୁ ସମ୍ବଲପୁର ୪ ଲେନ୍‌ ରାସ୍ତା ହେବ, ନିର୍ବାଚନ ପରେ ଏହାର କାମ ଆରମ୍ଭ ହେବ । ଭୁବନେଶ୍ୱରରେ ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ ହେବ । ସମ୍ବଲପୁରରେ ୩୫ କିମି ୪ ଲେନ୍‌ ବିଶିଷ୍ଟ ରିଂ ରୋଡ୍‌ ହେବ ବୋଲି କହିଛନ୍ତି ଗଡକରୀ । ଅନ୍ୟପଟେ ଚିଲିକାରେ ସେତୁ ନିର୍ମାଣ ପାଇଁ ବି ଘୋଷଣା କରିଛନ୍ତି ଗଡ଼କରୀ । ଡିପିଆର୍‌ ପ୍ରସ୍ତୁତ ହୋଇଯାଇଛି, ନିର୍ବାଚନ ପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଗଡକରୀ ।

Leave A Reply

Your email address will not be published.