ଭୁବନେଶ୍ବର: ମୌସୁମୀ ବର୍ଷା ପରେ ବଜାରରେ ଦେଖିବାକୁ ମିଳିଥାଏ କାଙ୍କଡ ପସରା । ବର୍ଷକୁ ମାତ୍ର ଦୁଇ ମାସ ମିଳିଥାଏ ଏହି କାଙ୍କଡ଼ । ଏହି କାଙ୍କଡ ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ପୁଷ୍ଟିକର। ଆୟୁର୍ବେଦରେ ଏହାକୁ ଏକ ଲାଭଦାୟକ ପନିପରିବା ଭାବରେ ବିବେଚନା କରାଯାଏ। ଏହାକୁ ଖାଇବା ଦ୍ବାରା ଅନେକ ଲାଭ ମିଳେ , ଆପଣ ଏହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହା ପାଚନ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ହୃଦୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ । ଏଥିରେ ପ୍ରୋଟିନ, ସୁସ୍ଥ ଚର୍ବି, ଫାଇବର, କାର୍ବୋହାଇଡ୍ରେଟ୍, ପୋଟାସିୟମ, ସୋଡିୟମ, କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ବ ରହିଛି । ଯେଉଁମାନେ ନନଭେଜ୍ ଖାଦ୍ୟ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ କାଙ୍କଡ ପ୍ରୋଟିନର ଅଭାବ ପୂରଣ କରିବା ପାଇଁ ଲାଭଦାୟକ । ଜିମ୍ ଯାଉଥିବା ଲୋକମାନେ ଏହାକୁ ତୁରନ୍ତ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଏଥିରେ ଭଲ ମାତ୍ରାରେ ପ୍ରୋଟିନ୍ ରହିଥାଏ। ୧୦୦ ଗ୍ରାମ କାଙ୍କଡାରେ ପ୍ରାୟ ୨ ରୁ ୩ ଗ୍ରାମ ପ୍ରୋଟିନ୍ ମିଳିଥାଏ। ତେବେ ଏହି କାଙ୍କଡ ଖାଇଲେ ଅନେକ ଲାଭ ମିଳିଥାଏ ,ଆସନ୍ତୁ ଜାଣିବା…
୧.ମଧୁମେହ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ
କାଙ୍କଡ ଖାଇଲେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥାଏ। ଏଥିରେ ଇନସୁଲିନ୍ ଦକ୍ଷତା ବୃଦ୍ଧି କରୁଥିବା ତତ୍ତ୍ବ ରହିଛି।
୨.ପାଚନ ପ୍ରକ୍ରିୟାକୁ ମଜବୁତ କରେ
ଏହି ପରିବା ଫାଇବରରେ ଭରପୂର, ଯାହା କୋଷ୍ଠକାଠିନ୍ୟକୁ ରୋକେ ଏବଂ ପାଚନ ଶକ୍ତିକୁ ଉନ୍ନତ କରେ।
୩. ଯକୃତକୁ ଡିଟକ୍ସ (Detox)କରେ
କାଙ୍କଡ ଯକୃତକୁ ସଫା କରିବାରେ ଏବଂ ବିଷାକ୍ତ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରେ। ଏହା ଯକୃତ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ ।
୪. ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ
ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ରହିଛି, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ।
୫. ମସ୍ତିଷ୍କ ଏବଂ ଆଖି ପାଇଁ ଲାଭଦାୟକ
କାଙ୍କଡରେ ମିଳୁଥିବା ପୁଷ୍ଟିକର ପଦାର୍ଥ ସ୍ନାୟୁଗତ କାର୍ଯ୍ୟକୁ ଉନ୍ନତ କରେ ଏବଂ ଦୃଷ୍ଟିଶକ୍ତି ପାଇଁ ମଧ୍ୟ ଲାଭଦାୟକ
୬. ଓଜନ ହ୍ରାସରେ ସାହାଯ୍ୟ କରେ
ଏହା ଏକ କମ୍ କ୍ୟାଲୋରୀ ଏବଂ ଉଚ୍ଚ ଫାଇବର ଯୁକ୍ତ ପରିବା ହୋଇଥିବାରୁ, ଏହା ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବେଷ୍ଟ ରହିବ ।
୭. ଶରୀରକୁ ଡିଟକ୍ସ କରେ
ଏଥିରେ ଥିବା ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ।
୮. ଚର୍ମ ଏବଂ କେଶ ପାଇଁ ଲାଭଦାୟକ
ଏହା ଖାଇବା ଦ୍ୱାରା ଚର୍ମର ଉଜ୍ଜ୍ୱଳତା ବୃଦ୍ଧି ପାଏ ଏବଂ କେଶ ମଜବୁତ ହୁଏ।