Latest Odisha News

BREAKING NEWS

ଗ୍ରୀଷ୍ମପ୍ରବାହ: ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଓଡିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାକୁ ହଳଦିଆ (ୟେଲୋ) ୱାର୍ଣ୍ଣିଂ ଜାରି କରାଯାଇଛି ।

ଆହୁରି ମଧ୍ୟ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୮ଟି ଜିଲ୍ଲା ଗୁଡିକ ହେଲା- ବରଗଡ, ସମ୍ବଲପୁର, ନୂଆପଡା, ସୋନପୁର, ବଲାଙ୍ଗିର, ନବରଙ୍ଗପୁର, ଦେଓଗଡ ଏବଂ ଝାରସୁଗୁଡା ।

ରାଜ୍ୟର ପ୍ରାୟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଟିଟଲାଗଡରେ ତାପମାତ୍ରା ସର୍ବାଧିକ (୪୪.୫) ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର (୪୪.୪), ବଲାଙ୍ଗୀର (୪୪), ସୋନପୁର (୪୪), ହୀରାକୁଦ(୪୩.୩), ଝାରସୁଗୁଡା (୪୩), ଭବାନୀପାଟଣା (୪୩), ଅନୁଗୁଳ (୪୨.୧) ଓ ତାଳଚେର (୪୨.୧) ରହିଛି ।

ସେହିପରି ରାଜ୍ୟରେ ଦିନକୁ ଦିନ ଖରାର ପ୍ରାଦୂର୍ଭାବ ବଢୁଥିବାବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗରମ ଓ ଗୁଳୁଗୁଳି ଓଡିଶା ବାସୀଙ୍କୁ ନାକେଦମ୍ କରୁଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ମାଲକାନଗିରି, କୋରାପୁଟ, ରାୟଗଡ, କନ୍ଧମାଳ, ଗଜପତି, ଗଞ୍ଜାମ, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଓ ବାଲେଶ୍ୱର ଆଦି ଲ୍ଲ୍ାରେ ସାମାନ୍ୟ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଲେଟିନ ଜାରି କରାଯାଇଛି । ଯାହା ପ୍ରଭାବରେ ଆଗାମୀ ୨-୩ ଦିନ ମଧ୍ୟରେ ରାଜ୍ୟରେ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.